ଏମ୍.କେ.ସି.ଜି ମେଡିକାଲ ଏମ.ଆର. ଆଇ ଦୁର୍ନୀତିର ମୂଳ ତଦନ୍ତ ଦାବି କରିଲା ପବ୍ଲିକ୍ ରାଇଟ୍ସ ଆସୋସିଏସନ

0
362

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏମଆରଆଇ ଦୁର୍ନିତୀ ଘୋଟାଲାର ମୂଳ ତଦନ୍ତ ଦାବୀ କରି ଆଜି ବ୍ରହ୍ମପୁର ପବ୍ଲିକ ରାଇଟସ ଆସୋସିଏସନ ପକ୍ଷରୁ ଏମକେସିଜି ମେଡିକାଲ କଲେଜର ଅଧ୍ୟକ୍ଷକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ବୁର୍ଲା ମେଡିକାଲରେ ହୋଇଥିବା ଏମଆରଆଇ ଘୋଟାଲାର ମୁଖ୍ୟ ଖଳନାୟକ ସାଜିଥିବା ପୁନେର ଠିକା ସଂସ୍ଥା କ୍ରିଷ୍ଣା ଡାଇଗ୍ନୋଷ୍ଟିକ ସେଣ୍ଟରର ଓଡିଶା ମୁଖ୍ୟ ସେଲସେ ମ୍ୟାନେଜର ସନ୍ତୋଷ କୁମାର ସାହୁ , ଯିଏକି ୨୦୧୭ ମସିହାରେ ଅଣ୍ଡର ୱାର୍ଲ୍ଡ ଲିଙ୍କରେ ଜଡିତ ଥିବାବେଳେ ମୁମ୍ବାଇ ଏବଂ ଗଞ୍ଜାମ ପୋଲିସର ମିଳିତ ଉଦ୍ୟମରେ ଗୋପାଳପୁର ଠାରେ ଗିରଫ କରିଥିଲା । ପରେ ୨୦୧୯ ମସିହାରେ ସର୍ତ୍ତମୂଳକ ଜାମିନରେ ଫେରି କିଭଳି ଏହି ଠିକା ସଂସ୍ଥାରେ ନିଯୁକ୍ତି ପାଇଲେ । ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଦାବୀ କରିଛି ସଂଗଠନ । ଏହା ସହ ଏମକେସିଜି ମେଡିକାଲରେ ଥିବା ଏମଆରଆଇ ମେସିନ ଚାଇନା ନିର୍ମିତ ହୋଇଥିବାବେଳେ ବହୁବାର ଏହାର ତ୍ରୁଟି ଦେଖିବାକୁ ମିଳୁଛି । ତୁରନ୍ତ ଏହି ଚାଇନା ନିର୍ମିତ ଏମଆରଆଇ ମେସିନକୁ ବଦଳାଯାଇ ନୂତନ ମେସିନ ସ୍ଥାପନା ନିମନ୍ତେ ମଧ୍ୟ ଦାବୀ କରିଥିଲା ସଂଗଠନ । ଅନ୍ୟପକ୍ଷରେ ମେଡିକାଲକୁ ଆସିଥିବା ବିପିଏଲ ଓ ମାଗଣା ସ୍ୱସ୍ଥ୍ୟ ସେବା କାର୍ଡ ଧାରୀଙ୍କୁ ଏମଆରଆଇ ସେବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଡାକ୍ତଙ୍କର ପରାରର୍ଶ କ୍ରମେ ବାହାର ନିଦାନ କେନ୍ଦ୍ର ଗୁଡିକରେ ଏମଆରଆଇ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି ଗରିବ ରୋଗୀ । ଯାହା ଗରିବଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏହି ସମସ୍ତ ଦାବୀକୁ ମେଡିକାଲ ଅଧ୍ୟକ୍ଷକଙ୍କ ନିକଟରେ ଉପସ୍ଥାପନା କରିଛି ପବ୍ଲିକ ରାଇଟସ ଆସୋସିଏସନ । ଏହି ପରୀପ୍ରେକ୍ଷୀରେ ଆସୋସିଏସନର ବ୍ରହ୍ମପୁର ନଗର ସଭାପତି ସତ୍ୟ ଚେତନ ପରିଡାଙ୍କ ନେତୃତ୍ୱରେ ରଷ୍ଟ୍ରୀୟ ସଂଗଠନ ମହାସଚିବ ଡା. ଭବାନୀ ଶଙ୍କର ଦାଶ , ରାଜ୍ୟ ଉପସଭାପତି ମଧୁସୁଦନ ସାହୁ , ଶ୍ରମିକ ସେଲ ରାଜ୍ୟ ସଭାପତି ସୂର୍ଯ୍ୟ ନାରାୟଣ ଦାଶ , ଲଳିତ ମୋହନ ସେଠୀ , ନାରାୟଣ ଗୌଡ , ନୀଳାଞ୍ଚଳ ପଣ୍ଡା , ବିଶ୍ୱ ଦେବ , କୃଷ୍ଣ ଚନ୍ଦ୍ର ଚୌଧୁରୀ , ସନ୍ତୋଷ କୁମାର ହୋତା , ରୁନା ପାଣିଗ୍ରାହୀ ,ଆମ୍ବୁଜ ସାହୁ , ଚନ୍ଦ୍ର ଶେଖର ପ୍ରଧାନ , ଉମା ଶଙ୍କର ପାଣିଗ୍ରାହୀ , ବାବୁଲା ମହାପାତ୍ର , ନିଗମାନନ୍ଦ ଦାଶ , ଉମାଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here