ଅଜଣା ଗାତି ଧକ୍କାରେ ବାଇକ ଆରୋହୀ ଗୁରୁତର

0
237

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ମୋହନା ଥାନା ଅନ୍ତର୍ଗତ କରଚବାତି ପଞ୍ଚାୟତ ଅଧିନ ଶୁଖିଲା ଆମ୍ବ ଛକ ବୁଲାଶୀରେ ଜାତୀୟ ରାଜପଥ ୩୨୬ରେ ଏକ ଅଜଣା ଗାତି ଧକ୍କାରେ ଜଣେ ଆରୋହୀ ଗୁରୁତର ଓ ଅନ୍ୟ ଜଣେ ଆଘାତପ୍ରାପ୍ତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଗୁରୁବାର ଦିନ ପୂର୍ବାହ୍ନ ୧୧ଟାରେ ଏକ ବାଇକ ନଂ-ଓଡି୨୦ବି୪୮୦୭ କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଯାହାରି ଫଳରେ ବାଇକ ଆରୋହୀ ରାସ୍ତା କଡକୁ ଛିଟିକି ପତି ଥିଲେ। ଖବର ଶୁଣି ଅଗ୍ନିଶମ ବିଭାଗ କର୍ମଚାରି ପହଞ୍ଚି ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।୨ଜଣଙ୍କ ମଧ୍ୟରୁ ସୁବାସ ମଣ୍ଡଳ(୩୫) ଙ୍କ ମୁଣ୍ଡ ଓ ଗୋତ୍ରରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେତି କାଲକୁ ପଠାଯାଇଛି। ଅନ୍ୟ ଜଣକ ତିରଛା ଶବର(୨୫) ସାମାନ୍ୟ ଆଘାତ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଥିବା ଡ. ଅମୃତ ରାଜ ଯେନା କହିଛନ୍ତି। ଘଟଣାସ୍ଥଳରେ ପୁଲିସ ଏସଆଇ ସ୍ଵରବ କିଷାନ ଓ ଏଏସଆଇ ପୀତବାସ ଶତପଥି ପହଞ୍ଚି ତଦନ୍ତ କରୁଛନ୍ତି।

ରିପୋର୍ଟର -ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here