ଗଞ୍ଜାମ; ଲୁଡୁ ଖେଳରୁ ଛୁରା ମାଡ଼, ଜଣେ ଗୁରୁତର, ଅଭିଯୁକ୍ତ ଥାନାରେ ଅଟକ।

0
890

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଲୁଡୁ ଖେଳରୁ ପ୍ରଥମେ ବଚସା ଓ ପରେ ମରଣାନ୍ତକ ଆକ୍ରମଣ। ଜଣେ ଗୁରୁତର ଓ ଆକ୍ରମଣକାରି ପୋଲିସ ଦ୍ୱାରା ଥାନାରେ ଅଟକ। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝାଡ଼କୁଦ ଗ୍ରାମରେ। ଆଜି ଏହି ଘଟଣା ଘଟିଛି ରାତି ପ୍ରାୟ ସାଢ଼େ ୮ଟା ସମୟରେ। ଗ୍ରାମର କିଛି ଯୁବକ ମଣ୍ଡପରେ ବସି ଲୁଡୁ ଖେଳୁଥିବାବେଳେ ହଠାତ କେ.ଦୁର୍ୟୋଧନ ରେଡ୍ଡି ଓ ରଘୁନାଥ ରେଡ୍ଡିଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ତାହା ଗଣ୍ଡଗୋଳର ରୂପ ନେଇଥିଲା। E.ଗୁରୁନାଥ ରେଡ୍ଡି ହଠାତ ଗୋଟିଏ ଧାରୁଆ ଅସ୍ତ୍ର ଯୋଗେ K ଦୁର୍ୟୋଧନ ରେଡ୍ଡୀଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣକାରୀ ଯୁବକ ଗୁରୁନାଥକୁ ରମ୍ଭାରୁ ପ୍ରଥମେ ଛତ୍ରପୁର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here