ନିୟମ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ,ପିଲାଙ୍କ ବହିବସ୍ତାନୀ ହେବ ହାଲୁକା |

0
638

ଭୁବନେଶ୍ୱର ୨/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଯାଉଥିବା ପିଲାମାନଙ୍କ ବହିବସ୍ତାନୀ ଯୋଜନାକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଯେଉଁ ନିର୍ଦେଶାବଳୀ ରହିଛି,ତାହାକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଶକ୍ତ ନିର୍ଦେଶ ଦେଇଛନ୍ତି |ଏଣୁ ଏହି ନିର୍ଦେଶ ଅନୁସାରେ ଯଦି ବିଦ୍ୟାଳୟ ବସ୍ତାନି ଆବଶ୍ୟକତା ଠାରୁ ଅଧିକ ଓଜନ ହେବ,ତେବେ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ |
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖାଯାଇଛି | ଏହି ଚିଠି ଦ୍ୱାରା ଅବଗତ କରାଯାଇଛିଯେ ବିଦ୍ୟାଳୟରେ କେବଳ ଏସସିଏଆର୍ଟି ଓ ଏନସିଇଆରଟି ପୁସ୍ତକ ପଢ଼ାଯିବ,ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପିଲାଙ୍କୁ କୌଣସି ଗୃହ କାମ(ହୋମ ଵର୍କ) ଦିଆଯିବ ନାହିଁ | ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡ଼ିସିପିଓମାନଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧୀନରେ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ ଲାଗି ପରାମର୍ଶ ଦିଆଯାଇଛି | ଏହି ସ୍କ୍ୱାଡ଼ ବିନା ଅଗ୍ରିମ ସୂଚନାରେ ରାଜ୍ୟର ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକୁ ପରିଦର୍ଶନ କରିବେ, ବିଦ୍ୟାଳୟମାନେ ଠିକ ଭାବରେ ଏହି ନିୟମ ମାନୁଛନ୍ତି କି ନାହିଁ ଅନୁଧ୍ୟାନ କରିବେ ଓ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବେ | ଏହି ବିଷୟର ସମସ୍ତ ତଥ୍ୟ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଦେବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି

LEAVE A REPLY

Please enter your comment!
Please enter your name here