ଗଜପତିର ଲଗ୍ନଜିତ ପୁଣି ଗୌରବମୟ “ଗୋଲ୍ଡ ହନର ” ହାସଲ କରିଛନ୍ତି

0
304

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ ଶିତାପୁର ନିକଟରେ ଥିବା ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ ମହାନ୍ତି ଗଜପତି ଜିଲ୍ଲା ତଥା ରାଜ୍ୟ ଓ ଦେଶ ପାଇଁ ପୁଣି ଏକ ଗୌରବମୟ ଅନର ହାସଲ କରିଛନ୍ତି । ସେ ବର୍ତ୍ତମାନ ଇଣ୍ଟରନ୍ୟାସନେଲ ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସ ପ୍ରତିଯୋଗିତା-୨୦୨୧ ଭର୍ଚ୍ୟୁାଲ ମାଧ୍ୟମରେ ଯୋଗ ଦେଇ ଫାଇନାଲରୁ ଉତ୍ତୀଣ୍ଣ ହୋଇ “ଗୋଲ୍ଡ ଅନର” ହାସଲ କରି ନିଜର ଶିକ୍ଷା ଅନୁଷ୍ଠାନ ର ମାନ ରଖିବା ସହିତ ଗଜପତି ଜିଲ୍ଲା ତଥା ରାଜ୍ୟ ଓ ସମଗ୍ର ଦେଶ ପାଇଁ ଗୌରବର କାରଣ ସାଜିଛନ୍ତି । ଏନେଇ ସେ ଏକ ପ୍ରମାଣପତ୍ର ପାଇଥିବାର ମେସେଜ ମାଧ୍ୟମରେ ଖବର ମିଳିଛି।ସୂଚନା ଯୋଗ୍ୟ ଯେ, ଏଥି ପୂର୍ବରୁ ସେ ଏହାର ପ୍ରି-ଫାଇନାଲକୁ ଉତ୍ତିର୍ଣ୍ଣ ହୋଇ ଜୁନ ୨୯ରେ ଫାଇନଲ ଯୋଗ୍ୟ ବିବେଚିତ ହୋଇଥିଲେ । ବର୍ତ୍ତମାନ ଅନୁଷ୍ଠିତ ହୋଇଥିବା ଏହି ଫାଇନାଲରେ ସେ “ଗୋଲ୍ଡ ଅନର” ହୋଇପାରିଛନ୍ତି । ସେ ଏଥିରେ କୃତ କାର୍ଯ୍ୟ ହାସଲ କରିଥିବାର ପ୍ରମାଣପତ୍ର ପାଇଥିବାର ଏକ ସାକ୍ଷାତକାରରେ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଲଗ୍ନଜିତ ମହାନ୍ତି ଏଥି ପୂର୍ବରୁ ଭର୍ଚ୍ୟୁଆଲ ମାଧ୍ୟମରେ “ସ୍ପେସ କିଡ୍‌ଜ ଇଣ୍ଡିଆ” ତରଫରୁ ଯୁବ ବୈଜ୍ଞାନିକ-୨୦୨୦-୨୧ ପ୍ରତିଯୋଗିତାରେ ଭାଗନେଇ ଲାଇଟ୍ ଦ୍ୱାରା ଇଣ୍ଟରନେଟ ଚାଲିବା ପ୍ରକଳ୍ପ (ଲାଇ-ଫାଇ)କୁ ଉପସ୍ଥାପନ କରି ସଫଳତା ହାସଲ କରି ଗଜପତି ଜିଲ୍ଲାର ସମ୍ମାନ ବୃଦ୍ଧି କରିଥିଲେ । ଲଗ୍ନଜିତ ପାରଳାଖେମୁଣ୍ଡି ସହରର ଲକ୍ଷ୍ମୀ ନଗରର ଶ୍ରୀ ମତି,ଅନୁସୟା ପାଢୀ ଓ ଶ୍ରୀ,ଦୀପକ କୁମାର ମହାନ୍ତିଙ୍କ ସୁପୁତ୍ର ଅଟନ୍ତି । ସଫଳତା ପରେ ପୁଣି ସଫଳତା ହାସଲ କରି ଗଜପତି ଜିଲ୍ଲାର ଗର୍ବ ଓ ଗୌରବର କାରଣ ହଇଥିବା ସେଞ୍ଚୁରିଆନ ସ୍କୁଲର ଛାତ୍ର ଲଗ୍ନଜିତଙ୍କୁ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ, ଶିକ୍ଷକ ସଞ୍ଜୟ ରଥ, ଏସ୍‌.ଶିରିଶା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏଥି ସହ ଲଗ୍ନଜିତଙ୍କ କୃତିତ୍ୱ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏବଂ ବିଭିନ୍ନ ମହଲରୁ ବହୁତ ଶୁଭେଚ୍ଛା ଜଣାଇଲେ ସ ଅଭିଭାବକ, ସାଙ୍ଗ ସାଥି, ପାରିବାରିକ ବନ୍ଧୁ ବର୍ଗର ନିକଟରୁ ଆସିବା ରେ ଲାଗିଛି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here