ବ୍ରହ୍ମପୁରରେ ବସ ଧର୍ମଘଟ ଦ୍ୱିତୀୟ ଦିନରେ, ଯାତ୍ରୀ ହନ୍ତସନ୍ତ।

0
652

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) :ଗଞ୍ଜାମ ଜିଲ୍ଲା ଘରୋଇ ବସ ଅପରେଟର ସଙ୍ଘ ପକ୍ଷରୁ ଆରମ୍ଭ ହୋଇଥିବା ବସ ଧର୍ମଘଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କୁ ନହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବ୍ରହ୍ମପୁର ସହରରେ ଥିବା ସିଟି ବସଷ୍ଟାଣ୍ଡକୁ ମରାମତି ଓ ପୁନଃନିର୍ମାଣ କରିବା ପାଇଁ ବିଡିଏ ଏହି ବସଷ୍ଟାଣ୍ଡକୁ ଖାଲି କରିଛି। ଏହା ସହିତ ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ନହୋଇ ପଡିରହିଥିବା ହଳଦିଆପଦର ସ୍ଥିତ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ମଧ୍ୟ ପ୍ରଶାସନର ଅନ୍ୟ ଏକ ଉଦ୍ଦେଶ୍ୟ। ତେବେ ବିଭିନ୍ନ ସମସ୍ୟା ଓ ପ୍ରଶାସନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଦର୍ଶାଇ ବସ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଫଳରେ ସମଗ୍ର ଜିଲ୍ଲାରେ ବସ ଚଳାଚଳ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହୋଇଛି। ସଙ୍ଘ ପକ୍ଷରୁ ଏସଂକ୍ରାନ୍ତରେ ରାଜ୍ୟ ମହାସଂଘ ଜରିଆରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଥିବା ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରଖିବାକୁ ସଙ୍ଘ ଚେତାବନୀ ଦେଇଛି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ଅଧିକ ସଂଖ୍ୟକ ସିଟି ବସ ଓ ଭୁବନେଶ୍ୱରରୁ ମୋ ବସ ଆଣି ଲୋକଙ୍କ ସମସ୍ୟାର ସମାଧାନ କରାଯାଉଥିବା ବିଡିଏ ପକ୍ଷରୁ କୁହାଯାଇଛି। ଏବଂ ବ୍ରହ୍ମପୁର ସହର ମଧ୍ୟରେ ଥିବା ସିଟି ବସଷ୍ଟାଣ୍ଡର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ସେ ଯାହା ହେଉ ନା କାହିଁକି ବ୍ରହ୍ମପୁର ଠାରୁ ଫୁଲବାଣୀକୁ ଅର୍ଥାତ ଯେଉଁ ଇଲାକାକୁ ଟ୍ରେନ ସୁବିଧା ନାହିଁ ସେହି ଅଂଚଳ ଲୋକେ ବସ ଧର୍ମଘଟ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here