ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ

0
599

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍‌ଣ ୪ଟା ଯାଏ ଖୋଲିବ ଦୋକାନ, ଅପରାହ୍‌ଣ ୪ଟାରୁ ପରଦିନ ସକାଳ ୬ଟା ଯାଏ ପୂରା ଜିଲ୍ଲା ସଟ୍‌ଡାଉନ୍‌, ସଟ୍‌ଡାଉନ ବେଳେ ସବୁ ପ୍ରକାରର ଗାଡ଼ିଚଳାଚଳ ଉପରେ କଟକଣା।ରାସ୍ତା କଡ଼ରେ ସମସ୍ତ ପ୍ରକାର ଖାଦ୍ୟ ବିକ୍ରି ନିଷେଧ କଲେ ଜିଲ୍ଲାପାଳ, ରେସ୍ତୋରାଁ ଗୁଡ଼ିକ କେବଳ ହୋମ୍‌ ଡେଲିଭରି ଦେଇପାରିବେ, ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ସର୍ବସାଧାରଣ ପରିବହନ ଯାନ ମନା, ଜୁଲାଇ ୧୦ ଯାଏ ସର୍ବସାଧାରଣଙ୍କ ପାଇଁ ସବୁ ସରକାରୀ ଅଫିସମନା ସାମାଜିକ ଦୂରତା ନ ରଖିଲେ ୭ ଦିନ ଦୋକାନ ବନ୍ଦ, ହଜାରେ ଟଙ୍କା ତଣ୍ଡ, ତାପରେ ବି ନସୁଧୁରିଲେ ଏତଲା ହେବ,ମାସେ ଦୋକାନ ବନ୍ଦ କରାଯିବ।ଆସନ୍ତା କାଲି ଠାରୁ ବ୍ୟାଙ୍କ ଖୋଲିବା ସମୟ ସକାଳ ୮ ଘଣ୍ଟା ସମୟ ରୁ ଅପରାହ୍ନ ୨ ଘଣ୍ଟା ଯାଏଁ ଖୋଲା ରହିବ ଟ୍ୱଇଟ ଯୋଗେ ଗଞ୍ଜାମ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here