ସିବିଏସଇ ନ୍ୟାସନାଲ ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ ପାଇଁ ବ୍ରହ୍ମପୁର ସିଲକି ରୋଲର ସ୍କେଟିଂ ଏକାଡେମୀର ଦୁଇ ସ୍କେଟରଙ୍କ କର୍ଣ୍ଣାଟକର ବେଲଗାଁଓ ଗସ୍ତ ।

0
682

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ଧରି କର୍ଣ୍ଣାଟକ ରାଜ୍ୟର ବେଲଗାଁଓ ଠାରେ ସିବିଏସଇ ଦ୍ୱାରା ଆୟୋଜିତ ଜାତୀୟ ସ୍କେଟିଂ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏଥିରେ ଅଂଶ ଗ୍ରହଣ କରିବା ଲାଗି ବ୍ରହ୍ମପୁର ସହରର ଦୁଇ ଜଣ ସ୍କେଟର ଆଜିଠାରୁ ଯାତ୍ରା ଆରମ୍ଭ କରିଛନ୍ତି । ଡିଏଭି ପବ୍ଲିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଅନ୍ୱେଷା ବିଷୋୟୀ ୮ ବର୍ଷ ବାଳିକା ବର୍ଗରେ ଓ ୧୦ ବର୍ଷ ବାଳକ ବିଭାଗରେ ଆଶୁତୋଷ ପାଢୀ ଏହି ଚମ୍ପିଆନସିପ୍ ରେ ଭାଗ ନେବେ । ଅନ୍ୱେଷା ୩ ଶହ ମିଟର ଟାଇମ୍ ଟ୍ରାଏଲ ସ୍କିଡ୍ ରେସ ଓ ଏକ ହଜାର ମିଟର ସ୍ପିଡ୍ ରେସ ଭଳି ଦୁଇଟି ଇଭେଣ୍ଟରେ ଭାଗ ନେବାକୁ ଥିବା ବେଳେ ଆଶୁତୋଷ ଏକ ହଜାର ମିଟର ସ୍ପିଡ୍ ରେସରେ ଭାଗ ନେବେ । ଉଭୟ ସ୍କେଟର ପ୍ରଥମଥର ପାଇଁ ନ୍ୟାସନାଲ ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପାଇଥିବା ବେଳେ ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର କୋଚ୍ ଗୌତମଙ୍କ ଠାରୁ ଏହି ଦୁଇ ସ୍କେଟର ପ୍ରଶିକ୍ଷଣ ନେଉଥିବା ବେଳେ ଯୋରଦାର ଅଭ୍ୟାସ କରିଛନ୍ତି । ଏହା ସହ ଏହି ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରି ସଫଳତା ହାସଲ କରିବେ ବୋଲି ଏକାଡେମୀ ଓ ସ୍କେଟର ମାନେ ଆଶା ରଖିଛନ୍ତି । ସେପଟେ ଉଭୟ ପ୍ରତିଯୋଗୀ ଅକ୍ଟୋବର ମାସ ୧୧ ରୁ ୧୪ ତାରିଖରେ ରାୟପୁରଠାରେ ଅନୁଷ୍ଠିତ ହୋଇଥିବା ଜୋନାଲ ଲେବେଲ ପ୍ରତିଯୋଗୀତାରେ କୃତି ହାସଲ କରି ନ୍ୟାସନାଲ ଚମ୍ପିଆନସିପ୍ ପାଇଁ ମନୋନୀତ ହୋଇଥିଲେ । ଦୁଇ କୁନି ସ୍କେଟର ଆଜି ବେଲଗାଁଓ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କୁ ସିଲକି ରୋଲର ସ୍କେଟିଂ ଏକାଡେମୀ(ଏସଆରଏସଏ) , ଅଭିଭାବକ ଓ ବହୁ ସ୍କେଟର ମାନେ ଉପସ୍ଥିତ ରହି ଉଭୟ ଉତ୍ତମ ପ୍ରଦର୍ଶନ ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here