ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

0
646

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଜି ମଥୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ସାହୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବହୁ ଦିନ ହେଲା ଅନ୍ନପୂର୍ଣ୍ଣା ଜି ମଥୁରା ସ୍କୁଲ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଗତ କାଲି ରାତିରେ ମଥୁରା ରେ ରହୁଥିବା ଭଡା ଘରେ କିଛି ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଆଜି ସକାଳୁ ଭଡା ଘରେ ମୃତ ଭାବେ ପଡିଥିବାର ଘର ମାଲିକ ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ନୟାଗଡ଼ ଜିଲ୍ଲା ରାଜ ସୁନାଖେଳା ଅଞ୍ଚଳର ମନୋଜ ସାହୁଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା । ଖବର ପାଇ ପରିବାର ଲୋକ ପହଞ୍ଚି ଥିବା ବେଳେ ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ କେମିତି କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର ତଦନ୍ତ ଆରମ୍ଭ କରିଛି ଖଲ୍ଲିକୋଟ ପୋଲିସ ।

LEAVE A REPLY

Please enter your comment!
Please enter your name here