କୁସରାଵ ବଜରଙ୍ଗି କ୍ରିକେଟ କ୍ଲବର ଫାଇନାଲରେ ସୁନାପଲ୍ଲୀ ବିଜୟ

0
350

ଆସିକା(ଜଗନ୍ନାଥ ସାହୁ) କୁସରାଵ ବଜରଙ୍ଗି କ୍ରିକେଟ କ୍ଲବ ଦ୍ବାରା ଆୟୋଜିତ ଟୁର୍ଣ୍ଣାମେଣ୍ଡର ଫାଇନାଲ ମ୍ୟାଚ ସୁନାପଲ୍ଲୀ ମାକାଳୀ କ୍ରିକେଟ କ୍ଲବ ଓ ଖାରିୟା ଯୋଗେଶ୍ୱର କ୍ରିକେଟ କ୍ଲବ ମଧ୍ୟ ରେ ଆୟୋଜିତ ହୋଇଥିବା ବେଳେ ଖାରିୟାକୁ ହରାଇ ସୁନାପଲ୍ଲୀ ଚାମ୍ପିୟନ ହୋଇଛି। ପ୍ରଥମେ ଟସ ଜିତି ସୁନାପଲ୍ଲୀ ବ୍ୟାଟିଙ୍ଗି କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ନିର୍ଦ୍ଧାରିତ 12 ଓଭର ରେ ସମସ୍ତ ୱିକେଟ ହରାଇ ବିଶାଳ 121 ରନ ସଂଗ୍ରହ କରିଥିଲା।ସୁନାପଲ୍ଲୀ ଦଳ ତରଫରୁ ଲୁଲୁ ସର୍ବାଧୂକ ରନ ସଂଗ୍ରହ କରିଥିଲେ।ଏହି ବିଶାଳ ଲକ୍ଷ କୁ ପିଛା କରି ଖାରିୟା 9 ୱିକେଟ ହରାଇ 98 ରନ ସଂଗ୍ରହ କରିବାରେ ସଫଳ ହେବା ସହ ୨୪ ରନ ରେ ଦଳ ପରାଜୟ ହୋଇଥିଲା।ଫାଇନାଲ ମ୍ୟାଚ ରେମୁଖ୍ୟ ଅତିଥ ଭାବେ ଯୋଗଦେଇଥିଲେ ଅନୀଲ କୁମାର ମହାନ୍ତି,ମନୋଜ ଗୌଡ଼,ଋଷିନାଥ ଗୌଡ଼,ରବିନାରାୟଣ ମହାରଣା, ନାରାୟଣ ଜେନା,ସୁଶାନ୍ତ କୁମାର ପାଢୀ,ସରୋଜ ବିଶ୍ୱାଳ,ଚିନ୍ତା ମଣି ପରିଡା,ଲିଟୁ ପ୍ରଧାନ ଆଦି ଯୋଗ ଦେଇଥିଲେ।ଦନାର୍ଦନ ଗୌଡ଼ ଓ ସୁନୀଲ ଗୌଡ଼ ଆଜିର ମ୍ୟାଚରେ ପରିଚାଳନା କରିଥିଲେ ଏବଂ ପବିତ୍ର ପରିଡା,ଅଜିତ ଗୌଡ଼,ଶ୍ରୀଧର ଗୌଡ଼ ଆଦି ସହଯୋଗ କରିଥିଲେ। ବିଜେତା ସୁନାପଲ୍ଲୀ ଦଳ କୁ 4000 ନଗଦ ଟଙ୍କା ସହ ଟ୍ରଫି ଓ ପରାଜିତ ଖାରିୟା ଦଳ କୁ 3000 ଟଙ୍କା ନଗଦ ସହ ଟ୍ରଫି ମୁଖ୍ୟ ଅତିଥୁ ଓ ସମ୍ମାନିତ ଅତିଥୁ ମାନେ ପ୍ରଦାନ କରିଲେ । ଏହା ସହ ଟୁର୍ଣ୍ଣାମେଣ୍ଟ ର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଖାରିୟା ର ଜଗନ୍ନାଥ ଓ ଫାଇନାଲ ମେଚ ର ସର୍ବଶ୍ରେଷ୍ଠ ଖେଳାଳି ଭାବେ ସୁନାପଲ୍ଲୀ ଦଳ ର ଲୁଲୁ ଙ୍କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here