ଗଞ୍ଜାମ ଜିଲ୍ଲାରେ ଶୁଭାରମ୍ଭ ‘ମୋ ନିବେଦନ’ ଓ ‘ମୋ ଗାଁରେ ତହସିଲ୍’

0
613

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍.ଛଚିନା ଗ୍ରାମ ପଞ୍ଚାୟତରେ ମୋ ନିବେଦନ ଓ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା,ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ,ବ୍ଲକ ବିଡିଓ ପ୍ରଦୀପ କୁମାର ପଣ୍ଡା ‘ମୋ ନିବେଦନ’ ଓ ‘ମୋ ଗାଁରେ ତହସିଲ୍’ ଏହା ଗଞ୍ଜାମ ଜିଲ୍ଲାପାଳ ଙ୍କ ପ୍ରଶଂସନୀୟ କାର୍ଯ୍ୟକ୍ରମ ଅଟେ। ଏହା ଓଡ଼ିଶାର କୌଣସି ଜିଲ୍ଲାରେ ଆରମ୍ଭ ହୋଇନଥିବା ବେଳେ ଗଞ୍ଜାମ ରେ ଆରମ୍ଭ ହେବା ଗଞ୍ଜାମ ବାସୀଙ୍କ ବଡ଼ ସୈଭାଗ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭୬,ପଟ୍ଟା ପାଇଁ -୧୭୭,କାଳିଆ ୧୨,ଭତ୍ତା ପାଇଁ ୧୫ ଜଣ ପଞ୍ଜୀକରଣକରିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା,ପୂର୍ବତନ ଜିଲ୍ଲାପରିଷଦ ତ୍ରିନାଥ ଭୂୟାଁ,ସରପଞ୍ଚ ବିନୋଦିନୀ ନାୟକ,ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ,ନୂଆ ଗାଁ ରାଜସ୍ୱ ନିରୀକ୍ଷକ ଦେବାଶିଷ ମାଝୀ,ଅଭୟ ପ୍ରଧାନ ସମେତ ପଞ୍ଚାୟତର କର୍ମକର୍ତ୍ତା ଓ ଦରଖାସ୍ତକାରୀ ଉପସ୍ଥିତ ଥିଲେ ।
L

LEAVE A REPLY

Please enter your comment!
Please enter your name here