କୈରାଶି ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ ଜୋନ୍ ସ୍ତରୀୟ ଜନ ସଚେତନ ଅଭିଯାନ ଅନୁଷ୍ଠିତ

0
301

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଓଡ଼ିଶାର ଜଣେ ଅପ୍ରତିଦ୍ବନ୍ଦି ରାଜନେତ୍ରୀ  ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ  ୮୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୈରାଶି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବହୁ ଯୁବ ଗୋଷ୍ଠୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଜନ ସଚେତନା ଅଭିଯାନ ଆୟୋଜନ କରାଯାଇଛି । ଏହି ଜନ ସଚେତନା ଅଭିଯାନ ଅକ୍ଟୋବର ମାସ ୨ ତାରିଖ ଠାରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ କରାଯିବ । ଏହି ଅବସର ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳିରେ ଥିବା ଖଲ୍ଲିକୋଟ ବ୍ଲକ୍, ଏନ୍.ଏ.ସି. ଓ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ କରାଯିବ । ଏହି ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଖଲ୍ଲିକୋଟ ବିଧାୟୀକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ତତ୍ବାବଧାନରେ ଆଜି କୈରାଶି ଗ୍ରାମ ପଞ୍ଚାୟତର କୈରାଶି ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ବିଧାୟୀକାଙ୍କ ପ୍ରତିନିଧି  ଦୈତାରି ବେହେରା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ବ୍ଲକ ଅଧକ୍ଷା ମିନାକ୍ଷୀ ସାହୁ , ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ଖୁଣ୍ଟିଆ, ବ୍ଳକ ମହିଳା ବିଜେଡି ସଭାପତି ମିତାରାଣୀ ମିଶ୍ର, ଯୁବ ବିଜେଡି ସଭାପତି ଦୟାନିଧି ସାହୁ, ପୂର୍ବତନ ଖଲ୍ଲିକୋଟ ଏନ୍.ଏ.ସି. ଅଧ୍ୟକ୍ଷ ରାମ ମୋହନ ପଣ୍ଡା ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଓ ଅନ୍ୟାନ୍ୟ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here