ତାଳସର ନୂଆଁବନ୍ଧ ରୁ ଯୁବକଙ୍କ ମୃତଦେହ ଉଦ୍ଧାର

0
246

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତାଳସର ସ୍ଥିତ ନୂଆଁବନ୍ଧ ରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ନିରଞ୍ଜନ ବିଶୋଇ(୩୫)। ତାଙ୍କ ଘର ସେହି ତାଳସର ଗ୍ରାମରେ ବୋଲି ଜଣା ପଡ଼ିଛି । ଗତ କାଲି ରାତିରୁ ନିରଞ୍ଜନ ନିଖୋଜ ଥିଲେ । ଆଜି ଗ୍ରାମର ଲୋକେ ସେହି ପୋଖରୀରେ ଗାଧୋଇବା ବେଳେ ନିରଂଜନଙ୍କ ମୃତଦେହ ଭାସୁଥିବାର ଦେଖିଲେ । ଖବର ପାଇ ବେଗୁନିଆପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ କେଶ ନମ୍ବର ୮/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ନିରଞ୍ଜନ ଙ୍କ ସାନ ଭାଇ ଏକ ଲିଖିତ ଏତଲା ବେଗୁନିଆପଡା ଫାଣ୍ଡିରେ ଦେଇଛନ୍ତି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here