ଶ୍ରୀ ଶ୍ରୀ ବଡଦାଙ୍କ୧୦୯ତମ ଜନ୍ମମହୋତ୍ସବ ମହାଆଡମ୍ବରରେ ପାଳିତ

0
644

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ପରିସରରେ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡଦାଙ୍କ ୧୦୯ ତମ ଜନ୍ମମହୋତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ବେଦ ମାଙ୍ଗଳିକ, ନହବତ, ପ୍ରାର୍ଥନା, ଗ୍ରନ୍ଥ ପାଠ, ଜନ୍ମ ଲଗ୍ନ ଘୋଷଣା, ସଙ୍ଗୀତାଞ୍ଜଳି, ଭଜନ କୀର୍ତ୍ତନ, ସତସଙ୍ଗ ସଦାଆଲୋଚନା, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗ ସଦାଆଲୋଚନା କାର୍ଯ୍ୟକ୍ରମ ରେ ରିତିକ୍ ନିରଞ୍ଜନ ବାରିକ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ, ଭାବ ଧାରା ଏବଂ ଶ୍ରୀ ଶ୍ରୀ ବଡଦା ଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ କର୍ମୀ ଏମ୍. ରାଘବ କୁମାର ସୁବୁଦ୍ଧି, ମନୋଜ କୁମାର ସାହୁ, ଦୁର୍ଯ୍ୟୋଧନ ମହାନ୍ତି ସମେତ ଶତାଧିକ ଗୁରୁଭାଇ, ମା ଏବଂ ଶ୍ରଦ୍ଧାଳୁ ଭକ୍ତମାନେ ।

LEAVE A REPLY

Please enter your comment!
Please enter your name here