ବ୍ରହ୍ମପୁର ମଣ୍ଡଳ କାରାଗାରରେ ସହୀଦ ଲକ୍ଷ୍ମଣ ନାୟକଙ୍କ ୧୨୧ତମ ଜନ୍ମ ଜୟନ୍ତୀ ପାଳିତ।

0
677

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ)-:ବିଶିଷ୍ଟ ଆଦିବାସୀ ନେତା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ମହାତ୍ମା ଗାନ୍ଧୀ ଭାବେ ପରିଚିତ ସହୀଦ ଲକ୍ଷ୍ମଣ ନାୟକଙ୍କ ଆଜି ୧୨୧ତମ ଜନ୍ମ ଜୟନ୍ତୀ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମଣ ନାୟକ ୧୮୯୯ମସିହା ଆଜିର ଦିନରେ ମାଲକାନଗିରି ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଦିବାସୀଙ୍କ ଅଧିକାର ଓ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ପରବର୍ତ୍ତୀ ସମୟରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ। ପରେ ଅର୍ଥାତ ୧୯୪୩ ମସିହା ମାର୍ଚ୍ଚ ୨୯ତାରିଖରେ ଇଂରେଜ ସରକାରଙ୍କ ଦ୍ୱାରା ମାଥିଲି ଗୁଳିକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ମାତ୍ର ୪୪ବର୍ଷ ବୟସରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭାର ଆୟୋଜନ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ପରେ କାରାଗାର ମଧ୍ୟରେ ଥିବା ଫାଶୀ ଖୁଣ୍ଟ ନିକଟକୁ ଯାଇ ଅତିଥିମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here