ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁଙ୍କ ଅଙ୍ଗେ ନିଭେଇଥିବା କରୋନା ସଂକ୍ରାନ୍ତ ଅନୁଭୂତି

0
729

ମୁଁ ଜଣେ ଡାକ୍ତର ନୁହଁ, ପରାମର୍ଶ ଦେବା ମୋପକ୍ଷେ ଯଦିଓ ଉଚିତ ବି ନୁହଁ। ତଥାପି ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିବା ଜଣେ ସୁସ୍ଥ ବ୍ୟକ୍ତି ଭାବେ ମୋର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିବାକୁ ଚେଷ୍ଟା କରୁଚି। ହୋଇପାରେ ଏହା ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଅନେକଙ୍କ ପାଇଁ ଉପାଦେୟ ହୋଇପାରେ।
କରୋନା ଭୁତାଣୁ ବାୟୁରେ ଏପରିକି ଅନ୍ୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇପାରେ। ସବୁ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଆପଣ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି। ତଥାପି ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ନିଜ ଶରୀରର ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସହିତ ମନୋବଳ ଦୃଢ କରିବା ସହିତ ଡାକ୍ତରଙ୍କ ପରାମର୍ଶରେ ଆବଶ୍ୟକ ପଥୀ ଗ୍ରହଣ କରିବା ଜରୁରୀ। କୁହାଯାଏ ଥଣ୍ଡା, କାଶ, ଜ୍ୱର ଓ ଛିଙ୍କ ଆଦି ଭଳି ଲକ୍ଷଣ ସାଧାରଣତଃ କରୋନା ରୋଗୀଙ୍କ ନିକଟରେ ଦେଖାଦିଏ। କିନ୍ତୁ ଆମେ ଦେଖିଛେ ବିନା ଲକ୍ଷଣରେ ଅଧିକାଂଶ ରୋଗୀ ଚିହ୍ନଟ ମଧ୍ୟ ହୋଇଛନ୍ତି। ଏଣୁ ଲକ୍ଷଣ ଥାଉ ଅଥବା ନଥାଉ ଟେଷ୍ଟ କରି ସଂଗରୋଧରେ ରହି ନିଜେ ସୁରକ୍ଷିତ ରହିବା ସହ ନିଜ ନିକଟତମ ଲୋକଙ୍କୁ ସୁରକ୍ଷିତ ରଖିବା ସବୁଠାରୁ ଶ୍ରେୟ। ପ୍ରଥମେ ମୋର ଯେତେବେଳେ ଜ୍ୱର ହେଲା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାଇରଲ ଜ୍ୱର ବୋଲି ଅନୁମାନ କରି ଔଷଧ ସେବନ ଆରମ୍ଭ କଲି। ଏଜିଥରୋମାଇସିନ ଓ ପାରାସିଟାମାଲ ବି ଖାଇଲି। କିନ୍ତୁ ସାବଧାନ ଏକକାଳୀନ 5ଦିନରୁ ଅଧିକ ଏଜିଥରୋମାଇସିନ ଖାଇବେନି କି ଜ୍ୱର ନଥିଲେ ପାରାସିଟାମଲ ଖାଇବେନି। ଆଣ୍ଟିବାୟୋଟିକ ଖାଇବା ଫଳରେ ପତଳା ଝାଡା ବି ହେବ, ଚିନ୍ତା କରିବା ଆବଶ୍ୟକ ନୁହେଁ। ନରମ ଖାଦ୍ୟ ଖାଇବା ସହ ଯଥେଷ୍ଟ (ଓ ଆର ଏସ) ଲେମ୍ବୁ ପାଣି ପିଇବାକୁ ଭୁଲିବେନି। ତରଳ ଝାଡା ଯୋଗୁଁ ଶରୀର ଦୁର୍ବଳ ମଧ୍ୟ ଲାଗିବ। ନିୟମିତ ଉଷୁମ ପାଣି କୁଳି କରିବେ, ଉଷୁମ ପାଣି ଯଥେଷ୍ଟ ପିଇବେ। ଖାଇବାରେ କିଛିବିଯଦିଓ କଟକଣା ନାହିଁ ତଥାପି ନିଜ ଅନୁସାରେ ଖାଦ୍ୟ ଗ୍ରହଣ କରିବେ। ଏସବୁ ହେଉଛି ମୋର ଅଭିଜ୍ଞତା। କିନ୍ତୁ ପରାମର୍ଶ ନୁହେଁ। ସୁସ୍ଥ ହେବା ପରେ ମଧ୍ୟ ଅନ୍ୟୁନ14ଦିନ ସଂଗରୋଧରେ ରହିବା ଉଚିତ। ଏହି ସମୟରେ ନିୟମିତ ଭିଟାମିନ c, ଭିଟାମିନ b complex, A to Z, zinc ଓ Cough Syrup ସବୁ ଆବଶ୍ୟକ ମୁତାବକ ସେବନ କରିବେ। ……
ନିଜ ତଥା ନିଜ ଲୋକଙ୍କ କଥାକୁ ନେଇ ଆମେ କାହିଁକି ଯେକେହି ଚିନ୍ତିତ ହେବା ସ୍ବାଭାବିକ ମଧ୍ୟ। କିନ୍ତୁ ମୋର ଚିକିତ୍ସା ସମୟର ଆଉ କିଛି ଅନୁଭୂତିକୁ ଯଦି ମୁଁ ପ୍ରକାଶ ନ,କରେ ତେବେ ମୋର ବଡ଼ ଭୁଲ ହୋଇଯିବ ନିଶ୍ଚୟ।
ନିଜ ଜୀବନକୁ ବାଜି ଲଗାଇ ଅନେକ କୋଭିଡ ଯୋଦ୍ଧା ଆମ ସେବାରେ ନିୟୋଜିତ ଅଛନ୍ତି। ଡାକ୍ତରଙ୍କ ଠାରୁ ଆରମ୍ଭ କରି ସୁଇପର ପର୍ଯ୍ୟନ୍ତ। PPE କିଟ ପରିଧାନ କରି ଏତେ ସମୟ କାର୍ଯ୍ୟ ସମ୍ପାଦନ କରିବା ନିଶ୍ଚୟ କଷ୍ଟ ସାଧ୍ୟ। ସେମାନଙ୍କୁ ଶତ ଶତ ପ୍ରଣାମ।
ପ୍ରତି କ୍ଷେତ୍ରରେ ଆରୋପ, ପ୍ରତ୍ୟରୋପ ଆସିବା ବି ଏକ ସ୍ୱାଭାବିକ ପ୍ରକ୍ରିୟା। ଏଣୁ ସମାଲୋଚନା କରିବା କିଛି ଭୁଲ ବି ନୁହଁ, କିନ୍ତୁ ଏହା ଯଦି ସକାରାତ୍ମକ ଅର୍ଥରେ ହୁଏ ସମସ୍ତଙ୍କ ପାଇଁ ଶ୍ରେୟ।
କୋଭିଡ ପରିଚାଳନା ଓ ମୁକାବିଲା କ୍ଷେତ୍ରରେ ଆମ ରାଜ୍ୟ ଯଥେଷ୍ଟ ସ୍ୱାବଲମ୍ବୀ। ଅନେକ ଆଗୁଆ ଓ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଆମ ରାଜ୍ୟର ସୁସ୍ଥ ହାର ଓ ମୃତ୍ୟୁ ହାର ବେଶ ଭଲରହିଛି। ହଁ ଅଧିକ ଟେଷ୍ଟ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ଯାହା ଆଦୌ ଚିନ୍ତାଜନକ ମଧ୍ୟ ନୁହଁ।
ବର୍ତମାନ ପୁଣି ମୁଁ ଦୋହରାଇବାକୁ ଚାହୁଁଚି, ସମାଜରେ କରୋନା ଭୁତାଣୁ ଜନିତ ରୋଗୀଙ୍କୁ ଅନ୍ୟ ଦୃଷ୍ଟିରେ ଦେଖନ୍ତୁ ନାହିଁ, ଘୃଣା କରନ୍ତୁ ନାହିଁ କି ସାମାଜିକ ବାସନ୍ଦ ଭଳି ଘୃଣ୍ୟ କଥାକୁ ସୁଯୋଗ ଦିଅନ୍ତୁ ନାହିଁ। ନିଜେ ସୁସ୍ଥ ହେବା ପରେ ଅନ୍ୟ ରୋଗୀଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସମାଜରୁ କରୋନାକୁ ସମୂଳେ ଉତ୍ପାଟନ କରିବାକୁ ସମସ୍ତେ ଆଗେଇ ଆସନ୍ତୁ, ନିଜ ପ୍ଲାଜ୍ମା ଦାନ କରନ୍ତୁ।
ଆସନ୍ତୁ, ମିଳିମିଶି ଲଢ଼ିବା, କରୋନାକୁ ହରାଇବା।

ଶକ୍ତିଧର ରାଜଗୁରୁ, (ସାମ୍ବାଦିକ), ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି
ଜୟ ଜଗନ୍ନାଥ

LEAVE A REPLY

Please enter your comment!
Please enter your name here