ଯୁବକକୁ ପିଟିପିଟି ଓ ପଥରରେ ଛେଚି ନିର୍ଦ୍ଦୟ ହତ୍ୟା

0
682

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଖଲିକୋଟ ଥାନା ଅନ୍ତର୍ଗତ କେଶପୁରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ,ମୃତ ଯୁବକ ଜଣଙ୍କ ରାମଚନ୍ଦ୍ରପୁର ଗାଁର ଶଙ୍କର ପାହାନ ବୟସ (୨୫ବର୍ଷ) ବୋଲି ଜଣାପଡିଛି । ଖଲ୍ଲିକୋଟ କେଶପୁର ନିକଟରେ ଥିବା ନାରାୟଣୀ ପେଟ୍ରୋଲ ପମ୍ପ ଆଗରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଉକ୍ତ ଯୁବକଙ୍କୁ କିଛି ଦୁର୍ବୃତ୍ତ ଆସି ଅତି ନିର୍ଦ୍ଦୟ ଭାବେ କାଠ ଫାଳିଆରେ ପିଟିଥିଲେ । ପରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ ଫଳରେ ଘଟଣାସ୍ଥଳରେ ହିଁ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା ଓ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ । ଖଲ୍ଲିକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here