ଜନବିରୋଧୀ ନୀତିର ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ପ୍ରତିବାଦ ଦିବସ ବ୍ରହ୍ମପୁରରେ ପାଳିତ।

0
324

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ଶ୍ରମ ଆଇନର ସଂଶୋଧନ ଓ ଶ୍ରମ କୋଡ଼ର ବାତିଲ କର।ଦୈନିକ କାର୍ଯ୍ୟ ସମୟ 8 ଘଣ୍ଟାରୁ 12 ଘଣ୍ଟା କୁ ବୃଦ୍ଧି ଆଦେଶ ବାତିଲ କର। ଆୟକର। ଦେଉନଥିବା ସମସ୍ତ ପରିବାର କୁ ମାସକୁ 7500 ଟଙ୍କା ଲେଖାଏଁ 6 ମାସ ପଯ୍ୟନ୍ତ ଦିଅ ପ୍ରତେକ ବ୍ୟକ୍ତି ପିଛା 10 କେଜି ଚାଉଳ 6 ମାସ ପଯ୍ୟନ୍ତ ଯୋଗାଇ ଦିଅ ସମସ୍ତ ଶ୍ରମିକଙ୍କୁ ମନରେଗା କାମରେ ଦୈନିକ 600 ଟଙ୍କା ମୂଲ ଓ 300 ଦିନ କାମ ଯୋଗାଇ ଦିଅ ଏବଂ ସହରକୁ ମଧ୍ୟ ସମ୍ପ୍ରସାରଣ କର । ରାଷ୍ଟ୍ରୟତ ଶିଳ୍ପ ସଂସ୍ଥା ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡିକୁ ଘୋରେଇ କରଣ କରିବା ବଳକର,କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଧାରୀଙ୍କୁ ମହଙ୍ଗା ଭର୍ତା ପ୍ରଦାନରେ କଟକଣା ଉଠାଇନେବା ଠିକାରାଜ ଅଧ୍ୟାଦେଶ ଓ ଅତ୍ୟାବଶ୍ୟକ କୀୟଦ୍ରବ୍ୟ ସଂଶୋଧନ ଅଧ୍ୟାଦେଶ ବାତିଲ କର ଏବଂ ପ୍ରବାସୀ ଶ୍ରମିକଙ୍କ ଚିକିତ୍ସା, ସୁରକ୍ଷା ଓ ରୋଜଗାର ବ୍ୟବସ୍ଥା ଦାବିରେ ଆଜି ଦେଶର ସମସ୍ତ ପ୍ରମୁଖ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡରେସେନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି।
ବ୍ରହ୍ମପୁର ଠାରେ INTUC,HMS,AITUC,CITU ଓ AIUTUC ପକ୍ଷରୁ ପୁରୁଣା ବସଷ୍ଟାଣ୍ଟ ଠାରେ ପ୍ରତିନାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୀତବାସ ପଣ୍ଡା, ଭୋକଲି ସେଠି, ରାଜେନ୍ଦ୍ର ଦାସ ଓ ସତ୍ୟ ତ୍ରିପାଠୀ, ମମତା ସାହୁ, ପ୍ରକାଶ ପାତ୍ର, କାମଦେବ ନାହାକ, ଯୁଧିଷ୍ଠିର ବେହେରା, ବସନ୍ତ ବଳ ଓ ସୋମନାଥ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ। ସେହିଭଳି ଶିଳ୍ପାଞ୍ଚଳ ଠାରେ ନିର୍ମାଣ ଶ୍ରମିକ ସଂଘ ଓ ହଲପଟଣା ଠାରେ OSRU ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ରେ ହରି ନାହାକ ଓ ଚଟି ବାବୁ ଏବଂ ବି ଏ ନ ସାହୁ ଓ ଲକ୍ଷ୍ମଣ ନାୟକ, ରାମ ବାବୁ ପ୍ରମୁଖ ନେତୃତ୍ୱ ନେଇଥିଲେ।ଜିଲ୍ଲା ର ଦିଗପହଣ୍ଡି,କୁକୁଡାଖଣ୍ଡି ଓ ଗଞ୍ଜାମ ରେ ମଧ୍ୟ ଶ୍ରମିକ ସଂଗଠନ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here