ଭାଇ ସହ ମିଶି ସ୍ୱାମୀକୁ ହତ୍ୟା

0
643

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭବାନୀୟ ଘଟଣା । ସୂଚନାଯୋଗ୍ୟ, ଟୁଲୁ ଭୁବନେଶ୍ୱରରରେ ଅଟୋ ଚଳାଉଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗାଁରେ ରହୁଥିଲେ। ସ୍ୱାମୀର ଭୁବନେଶ୍ୱରରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ଲାଗିଥାଏ। ପ୍ରାୟ ୧୫ ଦିନ ପୂର୍ବେ ବବି ନିଜ ଝିଅକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ଗତକାଲି ସେ ସ୍ୱାମୀଙ୍କୁ ଫୋନ କରି ନିଜ ବାପଘରକୁ ଡକାଇଥିଲେ। ଟୁଲୁ ସନ୍ଧ୍ୟାରେ ଶ୍ୱଶୁର ଘରେ ପହଞ୍ଚିଥିଲା ବେଳକୁ ଉଭୟଙ୍କ ମଧ୍ୟରେ ପୁଣି କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଝଗଡା ଉଗ୍ରରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ସ୍ତ୍ରୀ ଓ ଶଳା ଉଭୟ ମିଶି ଟୁଲୁଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ। ଏହାପରେ ଭାଇଭଉଣୀ ଭଞ୍ଜନଗର ଥାନାରେ ଆତ୍ମସମର୍ପଣ କରି ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here