ଜାତୀୟ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

0
636

କନ୍ଧମାଳ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) :ଗତକାଲି ଜାତୀୟ କଂଗ୍ରେସ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ମାଦିକୁନ୍ଦ। ଛକ ସର୍କିଟ ହାଉସ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ ନାରା ଦେଇଥିଲେ। ବିଶେଷ କରି ପେଟ୍ରୋଲ,ଡ଼ିଜେଲ, ଦର ହ୍ରାସ କରିବା ସହ ଖାଦ୍ୟ ପଦାର୍ଥର ଆକାଶ ଛୁଆଁ ଦର ମଧ୍ୟ ହ୍ରାସ କରିବା, ବେକାରୀ ସମସ୍ୟା ଦୂରୀକରଣ କରିବା ପାଇଁ ରାଷ୍ଟ୍ରପତି ଙ୍କୁ ସହକାରୀ ଜିଲ୍ଲାପାଳ ଶୁଭ୍ରାଞ୍ଜଳି ପ୍ରଧାନ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ।ଏହି ଶୋଭାଯାତ୍ରା ଏ ଆଇସିସି ମେମ୍ବର ଶ୍ରୀ ଘନ କୁମାର ଶବର ଙ୍କ ନେତୃତ୍ୱରେ ଶହ ଶହ ଲୋକମାନେ ରାଲି ରେ ଯୋଗ ଦେଇଥିଲେ।ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ମନୋଜ ଆଚାର୍ଯ୍ୟ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ। ଏହା ପରେ ରାଜ୍ୟ ସାରା ରାଲି ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଘନ ଶବର ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here