ଗଞ୍ଜାମ ପୋଲିସର ସଫଳତା,୧୨ଆନ୍ତଃଜିଲ୍ଲା ଦୁର୍ଦ୍ଦାନ୍ତ ଡକାୟତ ଗିରଫ

0
717

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୁଧବାର ବିଳମ୍ବିତ ରାତିରେ ଆସ୍କା ଓ ବୁଗୁଡା ଥାନା ପୋଲିସ ଟିମ୍ ୧୨ ଆନ୍ତଃଜିଲ୍ଲା ଦୁର୍ଦ୍ଦାନ୍ତ ଡକାୟତମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଏମାନେ ଗଞ୍ଜାମ,ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ରାହାଜାନୀ,ଡକାୟତି ଓ ଲୁଟ୍ ଆଦି ଘଟଣାରେ ସମ୍ପୃକ୍ତ ଥିଲେ। ଗୁରୁବାର ଦିନ ଛତ୍ରପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଏସ୍ପି ଶ୍ରୀ ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି ଯେ, ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀ, ବ୍ୟବସାୟୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ୨ଟି ଗ୍ରୁପର । ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ଆସ୍କା ଥାନା ପୋଲିସ ଆସିକା-ବାଲିପଦର ରାସ୍ତାର ଡାସନାପଲ୍ଲୀ ରେଷ୍ଟସେଡ୍ଠାରେ ଡକାୟତି ଯୋଜନା କରୁଥିବା ୬ଜଣ ଡକାୟତଙ୍କୁ ଚଢାଉ କରି କାବୁ କରିଥିଲେ ।
ଏହି ଅପରାଧି ମାନେ ହେଲେ ଆସ୍କା କଲେଜ ଛକର ମହାରଣା କଲେନୀର ସନ୍ତୋଷ ନାହାକ (୩୨) , ଭେଟନଇଁର ସନ୍ତୋଷ ଜେନା(୨୭) , ଆସ୍କା କୁମ୍ଭାର ସାହିର ସଂଜୟ ବେହେରା (୩୬) , ଭେଟନଇଁର ତାପସ ରଂଜନ ସେନାପତୀ ଓରଫ ରିକୁନ୍ (୨୯) ,ଆସ୍କା ମାମୁଢିଅ ଗାଁର ପିଙ୍କୁ ସାହୁ (୨୪) , ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ଗ୍ରାମ ବୁଚି ପାତ୍ର ଓରଫ ବି. ସନ୍ତୋଷ ରାଓ (୨୫) ।ସେହିପରି ବୁଧୁବାର ରାତିରେ ବୁଗୁଡ଼ା ପୋଲିସ ପେଟ୍ରୋଲିଙ୍ଗ କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ବୁଦ୍ଧଖୋଲ ପାହାଡ ନିକଟ ହନୁମାନ ମଠ ପଛପଟେ ଡକାୟତି ଯୋଜନା କରୁଥିବା ୬ଜଣଙ୍କୁ କାବୁ କରିଥିଲା । ସେମାନେ ହେଲେ ଆସ୍କା ଥାନା ଭେଟନଇ ଗାଁର ଶଙ୍କର ଦାସ(୨୮), ହରିହର ନଗରର କେ. ଦୀପକ ସେନାପତି, ନୂଆଗାଁର ପ୍ରହଲ୍ଲାଦ କୁମାର ସାହୁ ଓରଫ ଚଇନା(୨୪), ଜଗନ୍ନାଥପ୍ରସାଦ ଥାନା ଚିକିଲି ଗାଁର ଶିବ ସେନାପତି(୨୮), ଧରାକୋଟ ମୁସଲିମ ସାହିର ଜମିର ଖାନ୍(୨୭) ଓ ଆସିକା ଥାନା ପାକଲାପଲ୍ଲୀର ସାଇ ଶଙ୍କର ପୋଲାଇ(୩୧) । ସେମାନଙ୍କ ନିକଟରୁ ପୋଲିସ ୪ଟି ପିସ୍ତଲ୍, ଗୋଟିଏ ଖେଳନା ବନ୍ଧୁକ, ୧୨ ରାଉଣ୍ଡ ଗୁଳି, ୧୨ଟି ବୋମା, ୩ଟିଖଣ୍ଡା, ୨ଟି କାତି, ୩ଟି ଛୁରୀ ୧୫ଟି ମାସ୍କ, ୫ଟି ମୋଟରସାଇକଲ, ୧ଟି ଗୁପ୍ତି ଓ ପଞ୍ଚ ସହ ୫୮ହଜାର ଟଙ୍କା ଜବତ କରିଛି ।
ଗଞ୍ଜାମ ଜିଲ୍ଲାର ଆସିକା, ବୁଗୁଡା, ଗାଂଗପୁର, ବୋଲଗଡ ଆଦି ଥାନାରେ ସେମାନଙ୍କ ନାମରେ ୧୦ଟି ମାମଲା ରହିଛି ଓ ଅଭିଯୁକ୍ତମାନଙ୍କୁ ଏତେ ପରିମାଣର ପିସ୍ତଲ ଓ ଗୁଳି କିଏ ଯୋଗାଇଥିଲା ତାହାର ମଧ୍ୟ ତଦନ୍ତ କରାଯାଉଛି । ଏହି ଅବସରରେ ଅତିରିକ୍ତ ଏସ୍ପି ଶ୍ରୀ ପତିତପାବନ ଚୈଧୁରୀ ,ଡି.ଏସ୍.ପି. ଶ୍ରୀ ଏସ୍.ପ୍ରଧାନ, ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here