ବିଚ୍ ରାସ୍ତାରେ ଯୁବକଙ୍କୁ ସଂଘବଦ୍ଧଭାବେ ନିସ୍ତୁକ ମାଡ଼

0
602

ଖଲିକୋଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ନିକଟସ୍ଥ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ସଂଘବଦ୍ଧଭାବେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ସୂଚନା ଅନୁସାରେ, ଯୁବକ ଜଣକ ଅଶ୍ଲୀଳ କମେଣ୍ଟ ମାରିବା ହେତୁ ତାଙ୍କୁ ଏପରି ଭାବେ ଦଣ୍ଡିତ କରାଯାଇଥିବା ଜାଣିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଥାନା ଅଧିକାରୀ ଅବଗତ ହୋଇଥିବା ବେଳେ ଘଟଣାକୁ ହାଲକା ଭାବରେ ନେଉଥିବା ଜଣାପଡିଛି । ଏଭଳି ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି । ତେବେ ଏ ନେଇ ପୁଲିସ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

LEAVE A REPLY

Please enter your comment!
Please enter your name here