ଏବିଭିପି ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଝାନ୍ସୀ ରାଣୀ ଜୟନ୍ତୀ ପାଳିତ।

0
638

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଏବିଭିପିର ବିଭାଗ ସଂଯୋଜକ ତୁତୁନ ପାତ୍ର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ସ୍ଵାଧୀନତା ସଂଗ୍ରାମ ରେ ରାଣୀ ଲକ୍ଷ୍ମୀବାଈ କିପରି ଅଦମ୍ୟ ସାହସିକତା ଓ ବୀରତ୍ୱ ର ଉଦାହାରଣ ସୃଷ୍ଠି କରିଥିଲେ ଯାହା କି ବ୍ରିଟିଶ ସରକାର କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲା। ଆଜିକାଲି ଯେତେବେଳେ ନାରୀ ସାମାଜ ରେ ଅତ୍ୟାଚାର ସହୁଛି ତ କେତେବେଳେ ନିର୍ଯାତନା ର ଶିକାର ହେଉଛି ଏଣୁ ଆଜି ପ୍ରତ୍ୟକ ଛାତ୍ରୀ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ପଥକୁ ଧ୍ୟେୟ କରିବାକୁ ଆହ୍ଵାନ କରିଥିଲେ। ଶାଖା ସଭାପତି ହର୍ଷିତା ରାଉଳ ଏହି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିବା ବେଳେ ଏଥିରେ ଏଥିରେ ପ୍ରିୟଦର୍ଶିନୀ ଦାସ, ସ୍ମୃତିସୁଦ୍ଧା ସାହୁ, ଜ୍ୟୋତିର୍ମୟୀ ଦୀକ୍ଷିତ, ର.ସନ୍ଧ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here