ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ପାଳିତ

0
616

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ୱେଲଫେୟାର ଏବଂ ଖଲ୍ଲିକୋଟ ସ୍ଵୟଂଶାସିତ ମହାବଦ୍ୟାଳୟ ମିଳିତ ଉଦ୍ୟମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଗଣେଷ ଅଡିଟୋରିୟମରେ ପାଳନ କରାଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମାୟାଧର ସ୍ୱାଇଁ (ଓ ପି ଏସ, ଏସ ପି ଦୁର୍ନୀତି ନିବାରଣ ବିଭାଗ, ବ୍ରହ୍ମପୁର) ଛାତ୍ର-ଛାତ୍ରୀ ମାନଙ୍କୁ ଓଡ଼ିଶା ରେ ଦୁର୍ନୀତି ବିଭାଗର କାର୍ଯ୍ୟଗୁଡ଼ିକ ଉପରେ ଆଲୋଚନା କରିବା ସହ ଏକ ସୁସ୍ଥ ରାଷ୍ଟ୍ର ଗଠନରେ ଆଗେଇ ଆସିବାକୁ। ଡଃ ଉତ୍ତମା ଜେନା (ଅଧ୍ୟକ୍ଷା, ଖଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ) ସର୍ଦ୍ଦାର ପଟେଲଙ୍କ ଜୀବନକୁ ଅନୁସରଣ କରିବାପାଇଁ ପ୍ରବର୍ତ୍ତାଇଥିଲେ। ବିମୁଦ୍ରାକରଣ, ତିନି ତଲାକ୍, ଜି ଏସ ଟି, ୩୭୦ ଧାରା ଉଚ୍ଛେଦ ଆଦି ସମାଜରେ ଏକ ସକାରାତ୍ମକ ପ୍ରଭାବ ପକାଇଛି। ଯୁବପିଢି ନୂତନ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣ କରନ୍ତୁ ବୋଲି ଶ୍ରୀ ପବିତ୍ର ମୋହନ ନନ୍ଦ (ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ, ଖଲିକୋଟ ବିଶ୍ଵବିଦ୍ୟାଳୟ) ଉତ୍ସାହିତ କରିଥିଲେ। ବୈଶୁଧୈବକୁଟୁମ୍ବକମ୍ ଭାରତୀୟ ଜାତିର ମୁଲଭିତ୍ତି ଅଟେ। ପଟେଲଙ୍କ ପରି ନେତୃତ୍ୱ ନେଇ ସମସ୍ତ ଛାତ୍ରଛାତ୍ରୀ ସମାଜରେ ଆଗକୁ ବଢିବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ସି ୟାଇ ଏସ ଡବ୍ଲୁ ତରଫରୁ ପୁରସ୍କାର ବିତରଣ ସହ ଉତ୍ସାହିତ କରାଯାଇଥିଲା।
ପରିଶେଷରେ ଶ୍ରୀ ନିତୁରଞ୍ଜନ୍ ଦାଶ (ସମ୍ପାଦକ, ସି ୱାଇ ଏସ ଡବ୍ଲୁ ଓଡିଶା) ୨୦ ବର୍ଷ ଧରି କରିଆସୁଥିବା ଏବଂ ଭବିଷ୍ୟତରେ କରିବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମତ ରଖିବାସହ ବିଦାୟ ଭାଷଣ ଦେଇଥିଲେ।

LEAVE A REPLY

Please enter your comment!
Please enter your name here