ଲୁଗା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

0
608

ସୋରଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଥାନା ଅନ୍ତର୍ଗତ ଉକ୍ତ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ପ୍ରାୟ ସାଢେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସୂଚନା ଯୋଗ୍ୟ ଯେ,ଲୁଗା ବ୍ୟବସାୟୀ କେ.ସୀମାଦ୍ରି ପାତ୍ର ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ବଡଦାଣ୍ଡରେ ରହୁଥିବାବେଳେ ଘରର ଆଗପଟେ ଲୁଗା ଦୋକାନ କରି ବ୍ୟବସାୟ କରନ୍ତି । ସେହି ଦିନ ସନ୍ଧ୍ୟାରେ ତିନି ଜଣ ଯୁବକ ଦୋକାନକୁ ଆସି ଲୁଗା ଦେଖାଇବାକୁ କହି ଭିତର ପଟୁ ଦୋକାନ କବାଟ ବନ୍ଦ କରି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସୀମାଦ୍ରିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହାତରୁ ଏକ ମୁଦି,ବେକରୁ ସୁନା ଚେନ୍ ଓ ଠାକୁର ଘରେ ପୂଜା କରୁଥିବା ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ସେ ପିନ୍ଧିଥିବା ଗୋଟିଏ ହାତମୁଦି, ଦୁଇ ପଟ ସୁନା ଚୁଡି,ଦୁଇଟି ସୁନାଚେନ୍,ଏକ ସୁନା ଲକେଟ ଲୁଟି ନେଇଥିଲେ। ବାହାରେ ଥିବା ସାଥୀ ଗାଡି ଷ୍ଟାର୍ଟ କରିବା ମାତ୍ରେ ଦୁର୍ବୃତ୍ତମାନେ ବାହାରକୁ ଆସି କେଉଁଆଡେ ଚମ୍ପଟ ମାରିଥିଲେ। ସୀମାଦ୍ରି ଓ ଗୀତାଞ୍ଜଳୀ ବାହାରକୁ ଆସି ପାଟି କରି ପଡୋଶୀ ମାନଙ୍କୁ ଡାକି ପୋଲିସକୁ ଖବର ଦେଇଥିଲେ । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here