ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଚାଉଳ ଚୋରା ଚାଲାଣ ଧରାପଡିଛି

0
288

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠିଙ୍କ ଦ୍ଵାରା ପିଡିଏସ୍ ଚାଉଳ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ଦେଖିବାକୁ ମିଳିଛି । ଏହି ପି ଡିଏସ୍ ଚାଉଳ ଗୁଡିକୁ ସରକାରୀ ଅଖା ରୁ ବାହାର କରି ଏକ ସ୍ବତନ୍ତ୍ର ଭାବେ ବନ୍ଧାଯାଇ ଏକ ଅଟୋ ଯୋଗେ ନିଆଯାଉଥିବା ସମୟରେ ଗ୍ରାମବାସୀଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା ଏହି ଚାଉଳ ଚାଲାଣ କୁ ଭିତ୍ତି କରି ସ୍ଥାନୀୟ ବାସିନ୍ଦା ଖାଉଟି ଯୋଗାଣ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ ଦେଇଥିବାର ଜଣାପଡିଛି । ଏହି ଅଭିଯୋଗ କୁ ଭିତ୍ତି କରି ଅନୁସନ୍ଧାନ କରିବା ଦ୍ୱାରା ଏହି ସ୍ଥାନ ର କାଶୀ ବିଶ୍ଵନାଥ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଗ୍ରାମ ପଞ୍ଚାୟତ ପିଡିଏସ୍ ଚାଉଳ ତଥା ଖାଉଟି ସାମଗ୍ରୀ ବାଣ୍ଟିବା ଦାୟିତ୍ଵ ନେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କାଶୀ ବିଶ୍ଵନାଥ ସ୍ଵୟଂ ସହାୟକ ଗୋଷ୍ଠୀ ଗତକାଲି ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କୁଇଣ୍ଟାଲ ଚାଉଳ ହିତାଧିକାରୀଙ୍କୁ ନ ଦେଇ ବଜାର ରେ ବିକ୍ରି କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଯୋଗାଣ ବିଭାଗର କତୃପକ୍ଷ ର ଦୃଷ୍ଟି କୁ ଆଣିଥିଲେ । ଗତ କିଛିମାସ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫କିଗ୍ରା ଚାଉଳ ଦେବା ପରିବର୍ତ୍ତେ ୫କେଜି ଦେଉ ଥିବାରୁ ସ୍ଥାନିୟ ବାସିନ୍ଦା ତଥା ହିତାଧିକାରୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ବୋଲି ଜଣାଇଛନ୍ତି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ସଜାଗ ଥିଲେ ଏବଂ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଏହି ଅଭିଯୋଗ ଜଣାଇଥିଲେ ବୋଲି ପ୍ରକାଶ କରିଛନ୍ତି । ଏହି ଅଭିଯୋଗ ଉପରେ ତୁରନ୍ତ କାଶୀନଗର ଯୋଗାଣ ଅଧିକାରୀଙ୍କ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ପାତ୍ର ଓ ରାୟଗଡ଼ା ଯୋଗାଣ ଅଧିକାରୀ ଘଟଣା ସ୍ଥଳ ରେ ପହଞ୍ଚି ୩ କୁଇନ୍ତାଲ ୫୦କିଗ୍ରା ଚାଉଳ ଜବତ କରି ଗ୍ରାମ ପଞ୍ଚାୟତର ଜିମା ଦେଇଥିବା ଯୋଗାଣ ନିରୀକ୍ଷକ ସଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅଟୋ ଚାଳକ ଚାଉଳ ଭର୍ତ୍ତି ଗାଡିଟି ରଖି ଖାଇବାପାଇଁ ଯାଇଥିଲେ ଏବଂ ଇତିମଧ୍ୟରେ ଲୋକେ ଆସି ଧରିଦେଇଥିଲେ ବୋଲି ଯୋଗାଣ ବିଭାଗ ଆଗରେ ପ୍ରକାଶ କରିଥିବାର କୁହାଯାଇଛି । ଏନେଇ ଶ୍ରୀ ମଲ୍ଲିକଙ୍କୁ ପଚାରିବାରେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଖବର ପାଇ ଆମ୍ଭେ ତୁରନ୍ତ ହସ୍ତକ୍ଷେପ କରିଥିଲୁ । ଏ ସମ୍ପର୍କରେ ତଦନ୍ତ ଜାରି ରହିଛି, ଜବତ ହୋଇଥିବା ଚାଉଳ ବସ୍ତା ଅଖା ଗୁଡିକ ବିଭାଗର ନୁହଁ । ତେଣୁ ପ୍ରକୃତ ଘଟଣା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି । ତେବେ ଚାଉଳ ଗୁଡିକୁ ପଞ୍ଚାୟତର ଜିମାରେ ଦିଆଯାଇଛି ଏବଂ ଯାଞ୍ଚଚାଲିଛି ଏହାପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here