ଗଜପତିରେ ବାଇକ ଦୁର୍ଘଟଣା, ଦୁଇ ଜଣ ଗୁରୁତର

0
302

ପାରଳାଖେମୁଣ୍ଡି(ନ୍ୟୁଜ ଏକ୍ସଟ୍ରା) ଗଜପତି ଜିଲ୍ଲା ଆର୍‌.ଉଦୟଗରି ଥାନା ଅନ୍ତର୍ଗତ ଚମ୍ପାଘାଟିରେ ଏକ ବାଇକ ଦୁର୍ଘଟଣା ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବାର ଜଣାପଡିଛି । ଏହି ଘଟଣାରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟା ସମୟରେ ଚମ୍ପାଘାଟିର ଉପରେଏକ ବୁଲାଣିଆ ରାସ୍ତାରେ କୌଣସି କାରଣରୁ ଯୋଗୁଁ ଦୁଇ ବାଇକ ଆରୋହୀ ଭାର ସାମ୍ୟ ହରାଇ ଥିଲେ। ଘଟଣା ସ୍ଥଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ଉଭୟ ଗୁରୁତର ଅଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲେ। ଗୁରୁତର ମାନଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ଆର୍‌.ଉଦୟଗରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ମାନେ ହେଲେ କାନ୍ଦୁଲସାହି ଗ୍ରାମର ରମାକାନ୍ତ ରଇତ(୨୨) ଏବଂ ରଣଜିତ ରଇତ (୨୫) । ସୂଚନା ପ୍ରକାରେ ଆର୍‌.ଉଦୟଗିରି ନିକଟସ୍ଥ ସୁଣ୍ଡୁରୁବା ଅନ୍ତର୍ଗତ କାନ୍ଦୁଲସାହି ଗ୍ରାମର ଦୁଇ ଯୁବକ ପାଞ୍ଚଆମ୍ବ ଗ୍ରାମକୁ କୌଣସି ଏକ କାମରେ ଯାଇ ଟିଭିଏସ୍ ଆପାଚି ମୋଟର ସାଇକେଲ ଯୋଗେ ଫେରୁଥିଲେ । ଏନେଇ ଆର୍‌.ଉଦୟଗରି ଥାନା ପକ୍ଷରୁ କୁହାଯାଇଛି ଯେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଦିଆଯାଇଛି ଏବଂ ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରୀ ରହିଛି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here