ବିଜେଡି ଓ ଏନ୍ସିପି କୁ ସଂସଦରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
746

ନୂଆଦିଲ୍ଲୀ : ବିଜେଡି ଏବଂ ଏନ୍ସିପି କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରଶଂସା କରିଛନ୍ତି। ରାଜ୍ୟସଭାର ଶୀତ ଅଧିବେଶନକୁ ଉଦ୍ବୋଧନ ଦେବା ଅବସରରେ ମୋଦୀ ବିଜେଡି ଓ ଏନ୍ସିପି ସାଂସଦମାନଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିନାହାନ୍ତି । ଏପରିକି ଗୃହର କାର୍ୟ୍ୟରେ କେବେ ବାଧା ସୃ୍ଷ୍ଟି କରିନାହାନ୍ତି । ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବା ଉଚିତ । ବିଜେଡି ଓ ଏନସିପିର ସାଂସଦ ମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି । ଉଚିତ ଢଙ୍ଗରେ ବିଜେଡି ସାଂସଦ ମାନେ ନିଜର ଦାବି ଉପସ୍ଥାପନ କରିବା ସହ ସଂସଦର ନୀତି ନିୟମକୁ ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାଛଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶମୂଳକ କାମ ଆଗକୁ ବଢିବ । ଏହି ଦୁଇ ଦଳଙ୍କୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here