ବିଶ୍ୱ ମଧୁମେହ ଦିବସ ପାଳିତ;ଡାଏବେଟିସ ଏଣ୍ଡ ଏନ୍ଡୋକେୟାର କ୍ଲିନିକ ଓ ରୋଲାଣ୍ଡ ଫାର୍ମାସୀ କଲେଜ ତରଫରୁ ମିଳିତ ମଧୁମେହ ସଚେତନତା ପଦଯାତ୍ରା

0
612

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଶ୍ୱ ମଧୁମେହ ଦିବସ ଏବଂ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ବ୍ରହ୍ମପୁର ସ୍ଥିତ ଡାଏବେଟିସ ଏଣ୍ଡ ଏନ୍ଡୋକେୟାର କ୍ଲିନିକ ଏବଂ ରୋଲାଣ୍ଡ ଫାର୍ମାସୀ କଲେଜ ତରଫରୁ ଡ଼କ୍ଟର ସୁନୀଲ କୁମାର କୋଟାଙ୍କ ତତ୍ୱାବଧାନରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦକ୍ଷିଣାଞ୍ଚଳ ଡ଼ି.ଆଇ.ଜି ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ | ସେହିଭଳି ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼କ୍ଟର ବି.କେ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ସହରର ପୂର୍ବତନ ବିଧାୟକ ଡ଼କ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଆମନ୍ତ୍ରିତ ହୋଇଥିଲେ | ଏହି ପଦଯାତ୍ରାରେ ପ୍ରାୟ ଦୁଇ ଶହରୁ ଅଧିକ ଲୋକ ଭାଗ ନେଇଥିଲେ | ଶ୍ରୀଯୁକ୍ତ ଭୋଇ ସୁସ୍ଥ ଜୀବନ ଯାପନ ପାଇଁ ନିୟମିତ ବ୍ୟାୟାମ ତଥା ସଠିକ ଜୀବନ ଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ | ଡା.ପାଣିଗ୍ରାହୀ ନିୟନ୍ତ୍ରିତ ଖାଦ୍ୟପେୟ ଉପରେ ନିଜର ମତାମତ ରଖିଥିଲେ |ସମୁଦାୟ ପରିବାର ତଥା ସମାଜ ଏହି ଦିଗରେ ସଜାଗ ରହିବା ଦରକାର ବୋଲି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଆହ୍ୱାନ ଦେଇଥିଲେ | ଡା. କୋଟା ନିୟମିତ ରକ୍ତ ପରୀକ୍ଷା ତଥା ଡ଼କ୍ଟରଙ୍କ ପରାମର୍ଶ ଦ୍ୱାରା ନିଜକୁ ସୁସ୍ଥ ରଖିବା ପାଇଁ କହିଥିଲେ | ରୋଲାଣ୍ଡ ଫାର୍ମାସୀ କଲେଜର ନିର୍ଦେଶକ ଡା.ଯେ ସୂର୍ଯ୍ୟ ରାଓ,ଚେୟାର ପର୍ସନ ଶ୍ରୀମତୀ ଯେ.ଜୟାଲକ୍ଷ୍ମୀ ଏବଂ ଅଧକ୍ଷ ଡା.ବି.ରବିକୁମାର ଜାତୀୟ ଫାର୍ମାସୀ ସପ୍ତାହର ବିଷୟବସ୍ତୁ “ଆପଣଙ୍କର ଔଷଧକୁ ଚିହ୍ନନ୍ତୁ” ଏବଂ ଫାର୍ମାଶିଷ୍ଟକୁ ପଚାରି କୌଣସି ଔଷଧ ସେବନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ |http://newsxtra.in/wp-content/uploads/2019/11/IMG-20191115-WA0010-300x225.jpg
ଡା.କୋଟା ଉପସ୍ଥିତ ଲୋକମାନଙ୍କୁ ଆଜିର ମୁଖ୍ୟ ବିଷୟବସ୍ତୁ “ମଧୁମେହ ଓ ପରିବାର” ଉପରେ ସଂକ୍ଷେପରେ ଅବଗତ କରାଇଥିଲେ | ମଧୁମେହ ଏବଂ ତାହାର ଜଟିଳତାକୁ ଏଡାଇ ଦିଆଯିବା ପାଇଁ ରୋଗୀଙ୍କ ପରିବାରର ସହଯୋଗ ସମର୍ଥନ ଆବଶ୍ୟକ | ଏହା ମାନସିକ ସ୍ତରରେ ସମର୍ଥନ,ପ୍ରୋସାହନ ତଥା ରୋଗୀଙ୍କର ସୁସ୍ଥ ଜୀବନ ଯାପନ ଏବଂ ନିୟମିତ ବ୍ୟାୟାମରେ ସକ୍ରିୟ ଅଂଶ ଗ୍ରହଣ ଆଦି ଦ୍ୱାରା ଦୂର କରାଯାଇପାରେ | ବିଶେଷତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ନିୟମିତ ଔଷଧ ସେବନ,ରକ୍ତ ପରୀକ୍ଷା ଏବଂ ଡାକ୍ତର ପରାମର୍ଶ ଆଦି ପଦକ୍ଷେପରେ ପରିବାରର ଅବଦାନ ଅତି ମହତ୍ୱପୂର୍ଣ୍ଣ | ଏହା ଛଡା ଡାଏବେଟିସ ଆକ୍ରାନ୍ତ ବ୍ୟକ୍ତି ନିଜ ପରିବାର ସଦଶ୍ୟକୁ ମଧ୍ୟ ଏହାର ଲକ୍ଷଣ,ନିରୂପଣ ତଥା ନିରାକରଣ ଏବଂ ନିବାରଣ ବିଷୟରେ ଅବଗତ କରାଇବା ନିହାତି ଜରୁରୀ | ଡା.କୋଟାଙ୍କ ଏଭଳି କାର୍ଯ୍ୟକୁ ଡ଼ି.ଆଇ.ଜି ଶ୍ରୀଯୁକ୍ତ ଭୋଇ ଓ ଡା.ରମେଶ ଚ୍ୟାଉପଟ୍ଟନାୟକ ପ୍ରଶଂସା କରିବା ସହିତ ଏହି ଭଳି ପ୍ରଚେଷ୍ଟା ଜାରି ରଖିବାକୁ ଅନୁରୋଧ କରିଥିଲେ | ଏହା ପରେ ଉପସ୍ଥିତ ଅତିଥିବୃନ୍ଦ ପତାକା ଦେଖାଇ ପଦଯାତ୍ରାକୁ ଉଦ୍ଘାଟନ କରିଥିଲେ | ଏହି ପଦଯାତ୍ରା ଗେଟ ବଜାର ଠାରୁ ଆରଂଭ ହୋଇ ଆସ୍କା ରୋଡ଼,ତାଲୁକା ମଧ୍ୟରେ ଗତି କରି ଫାଷ୍ଟ ଗେଟ୍ ରେ ସମାପ୍ତ ହୋଇଥିଲା | ଏଥିରେ ଯାତାୟାତ କରୁଥିବା ୫୦୦୦ରୁ ଅଧିକ ଲୋକଙ୍କୁ ଡାଏବେଟିସ ସମ୍ବଦ୍ଧିୟ ସିଖଣିୟ ପୁସ୍ତିକା ବଣ୍ଟନ କରାଯାଇଥିଲା | ଡା. କୋଟାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଡାଏବେଟିସ ସିଖଣିୟ ଭିଡିଓ ସୋସିଆଲ ମେଡିଆ ଜରିଆରେ ଉପସ୍ଥିତ ଲୋକମାନଙ୍କୁ ଦିଆଗଲା | ଏଥିରେ ରୋଲାଣ୍ଡ ଫାର୍ମାସୀ କଲେଜର ଡ଼.ନିରଞ୍ଜନ ପାତ୍ର,ଡ଼.ବିମଳେନ୍ଦୁ ଚୌଧୁରୀ,ଡା.ଜ୍ୟୋତି ପଟ୍ଟନାୟକ,ସବୁଜ ବାହିନୀ,ଆଂଚଳିକ ବିକାଶ ପରିଷଦ,ଲାୟନସ କ୍ଲୁବ୍ ର ସଦସ୍ୟ ଏବଂ ଡାଏବେଟିସ ଏଣ୍ଡ ଏନ୍ଡୋକେୟାର କ୍ଲିନିକର ସେବକ ତଥା ଫାର୍ମାସୀ କଲେଜର ଛାତ୍ର ଆଦି ଅଂଶ ଗ୍ରହଣ କରିଥିଲେ |

LEAVE A REPLY

Please enter your comment!
Please enter your name here