ଡି ଇ ଓ କାର୍ଯ୍ୟାଳୟକୁ ବ୍ରହ୍ମପୁରରୁ ଛତ୍ରପୁର ସ୍ଥାନାନ୍ତର ପ୍ରସ୍ତାବକୁ ତୀବ୍ର ବିରୋଧ। ଗଠନ ହେଲା ମିଳିତ କ୍ରିୟାନୁଷ୍ଠାନ କମିଟି। ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି।

0
667

ବ୍ରହ୍ମପୁର,୦୧/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ବ୍ରହ୍ମପୁରରେଦୀର୍ଘ ବର୍ଷ ଧରି ଥିବାଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଜିଲ୍ଲା ସଦର ମହକୁମା ଛତ୍ରପୁରକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନରଯୋଜନାକୁ ସହରର ବିଭିନ୍ନ ଗଣ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏନେଇ ସହରର ବିଭିନ୍ନ ସଂଗଠନଗୁଡିକୁ ନେଇ ସ୍ଥାନୀୟ ଗେଟ ବଜାର ସ୍ଥିତ ଏନ ଜି ଓ ହଲ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ସଂଗଠନର କର୍ମକର୍ତ୍ତାମାନେ ନିଜନିଜ ପ୍ରତିକ୍ରିୟା ରଖିବା ସହିତ ପ୍ରଶାସନ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଦୁର୍ବାର କରିବାକୁ ନିଷ୍ପତ୍ତି ହୋଇଛି।ଏଥିପାଇଁ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଗଠନ କରାଯାଇଛି।

LEAVE A REPLY

Please enter your comment!
Please enter your name here