ନୂପୁର ନୃତ୍ୟ ଅନୁଷ୍ଠାନର ଶିଶୁ ମହୋତ୍ସବ

0
636

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ବ୍ରହ୍ମପୁର ସ୍ଥାନୀୟ ଏନ.ଜି.ଓ ସଭା ଗୃହରେ ବ୍ରହ୍ମପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ନୂପୁର” ତରଫରୁ ଶିଶୁ ମହୋତ୍ସବ ୨୦୧୯ ପାଳନ ହୋଇଯାଇଛି | ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ” (ଦାସକାଠିଆ) ସମ୍ମାନ ପାଇଁ ଗଞ୍ଜାମ କଳାକୁ ସମସ୍ତ ଭାରତରେ ବିଖ୍ୟାତ କରିଥିବାରୁ ନୂପୁର ଅନୁଷ୍ଠାନ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ମୁଖ୍ୟ ଅତିଥି ଭାବେ ରେଶମ ସହର ପୁସ୍ତକ ମେଳା ସଭାପତି ଶ୍ରୀ ଗୋପାଳ କୃଷ୍ଣ ଡାକୁଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବରୁ “ଓଡିଶା ସଂଗୀତ ନାଟକ ଏକାଡେମୀ”ସମ୍ମାନ ପାଇଥିବା ବରିଷ୍ଠ ନାଟ୍ୟ ନିର୍ଦେଶକ ଶ୍ରୀ ରାଜ କିଶୋର ପାଢ଼ୀ ଓ ବରିଷ୍ଠ ମଞ୍ଚ କଳାକାର ଶ୍ରୀ କେଦାର ଆପ୍ତ ଯୋଗଦେଇ ଗଞ୍ଜାମର କଳା,ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଯଥେଷ୍ଟ ତ୍ୟାଗ ଅଛି ବୋଲି ମତବ୍ୟକ୍ତ କରିଥିଲେ | ନୂପୁର ଅନୁଷ୍ଠାନ ଦ୍ୱାରା ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇ ପୁରସ୍କୃତ ହୋଇଥିଲେ | ଏଥିରେ ଅନୁଷ୍ଠାନର ସଭାପତି ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଅଧକ୍ଷାତା କରିଥିବା ବେଳେ ନିର୍ଦ୍ଦେଶକ ସତ୍ୟ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

LEAVE A REPLY

Please enter your comment!
Please enter your name here