ସପିଂ ମଲରେ ସମ୍ପୂର୍ଣ୍ଣ ଏକ ଚାଟିଆ ଓ ମନମୁଖୀ କାରବାର;ଗ୍ରାହକ ଅସନ୍ତୋଷ

0
709

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଭାବରେ ପରିଚିତ ବ୍ରହ୍ମପୁର ନଗରୀରେ କେତେକ ସପିଂ ମଲରେ ଏହି ପ୍ରକାର ମନମୁଖୀ କାରବାର ଚାଲିଛି,ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବ୍ରହ୍ମପୁର ନଗରୀର କେନ୍ଦ୍ର ତଥା ପୁରୁଣା ବସଷ୍ଟାଣ୍ଡ ଓ ସିଟି ହସ୍ପିଟାଲ ନିକଟରେ ଅବସ୍ଥିତି ବିଶାଲ ମେଗାମାର୍ଟ ନାମକ ଏହି ସପିଂ ମଲରେ l ଗ୍ରାହକମାନେ ଯଦିଓ କୌଣସି ଜିନିଷ କିଣିବେ ତେବେ ତାହା ନେବା ପାଇଁ ଏକ କ୍ୟାରୀବ୍ୟାଗ ଉକ୍ତ ମଲରୁ ହିଁ କିଣିବାକୁ ପଡୁଛି, ଗୋଟିଏ କ୍ୟାରିବେଗ ପାଇଁ ୧୪ଟଙ୍କା ଦେବାକୁ ପଡୁଛି l

ଉକ୍ତ ମଲରେ ବିଭିନ୍ନ ଧରଣର କ୍ୟାରୀବ୍ୟାଗ ପାଇଁ ୯ଟଙ୍କା, ୧୨ଟଙ୍କା, ୧୪ଟଙ୍କା ଇତ୍ୟାଦି ଦେବାକୁ ପଡୁଛି l ଏହା ମଧ୍ୟ ସ୍ପଷ୍ଟ ଯେ ଉକ୍ତ ବ୍ୟାଗରେ ମଲର ନାମ ଲୋଗୋ ଛପା ଯାଇ ତାହା ବିକ୍ରି କରାଯାଉଛି ଏବଂ କ୍ୟାରୀବ୍ୟାଗ ଉକ୍ତ ସପିଂ ମଲରୁ ହିଁ କିଣିବାକୁ ପଡୁଛି l ଉକ୍ତ ମଲର ସମ୍ପୂର୍ଣ୍ଣ ଏକ ଚାଟିଆ ଓ ମନମୁଖୀ କାରବାର ବୋଲି ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି lମଲରେ ଜୈନିକ ଗ୍ରାହକ ଏହି ମଲରୁ ୨୦ ଟଙ୍କା ଦେଇ ଏକ ପାଣି ବୋତଲ କ୍ରୟ କରିବା ପରେ ତାଙ୍କୁ ୧୪ଟଙ୍କା ଦେଇ କେରୀ ବ୍ୟାଗ କିଣି ନେବାକୁ ବାଧ୍ୟ କରାଯାଇଥିଲା l ଏଥି ପ୍ରତି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here