ବଦଳୁଛି ବାତ୍ୟାର ଗତିପଥ, ଓଡିଶାରେ ସମ୍ଭାବନା କମ, ବର୍ଷା ଆଶଙ୍କା l

0
717

ଭୁବନେଶ୍ୱର : ଓଡ଼ିଶା ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍। ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଆକଳନ କରିଛି ଆଇଏମଡି । ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପବନ ସହ ବର୍ଷା ହେବ। ଏହି ସୂଚନା ପରେ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ତା’ସହିତ ବାତ୍ୟାକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ସେପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଆଖି ଆଗରେ ରଖି ପାଚିଲା ଧାନ କାଟିନେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି କୃଷି ବିଭାଗ।

ବଦଳୁଛି ବାତ୍ୟାର ଗତିପଥ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଅବପାତର ରୂପ ନେଇସାରିଥିବା ବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ। ଶେଷ ସୂଚନା ଅନୁଯାୟୀ, ଅବପାତ ପାରାଦୀପଠାରୁ ୯ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା। ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ମିମ ଦିଗରେ ଗତି କରିବ। ଏହାପରେ ଗତିପଥ ବଦଳାଇ ଉତ୍ତର-ଉତ୍ତର ପଶ୍ମିମ ଦିଗ ଅର୍ଥାତ ପଶ୍ଚିମବଙ୍ଗ, ତତ୍ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଓଡ଼ିଶା ଉପକୂଳକୁ ବାତ୍ୟା ଛୁଇଁନପାରେ ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କିନ୍ତୁ ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପବନ ସହ ବର୍ଷ ହେବ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here