ଆରମ୍ଭ ହେଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କ ଭଜନ ଭିଡ଼ିଓ ସୁଟିଂ

0
317

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ଷ୍ଟାର କ୍ରିଏଟିଇର ଚତୁର୍ଥ ଅବଦାନ ଅବସରରେ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ନାମରେ ଆରମ୍ଭ ହେବାକୁ ଥିବା ଗୀତର ଭିଡିଓ ସୁଟିଂ ମଙ୍ଗଳବାର ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉମା ଶଙ୍କର ବେହେରା କଣ୍ଠଦାନ କରିଥିବାବେଳେ ଶିବରାମ ଏହାର ଲେଖକ ଓ ସଂଗୀତ ନିର୍ଦ୍ଦେଶକ ରଚିଛନ୍ତି । ସହ ସଂଗୀତ ନିର୍ଦ୍ଦେଶକଭାବେ ପ୍ରଭାତ କୁମାର , ନିର୍ଦ୍ଦେଶକ ତ୍ରିନାଥ କୁମାର , ପ୍ରଯୋଜକ ସୀମାଚଳ ବିଶ୍ୱାଳ , ସହ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର , କ୍ୟାମେରରେ ମହେଶ ଫଟୋଗ୍ରାଫି , ଭିକି ଏବଂ ଅନୀଲ ମାମା ପ୍ରମୁଖ ସହଯୋଗ କରିଛନ୍ତି । ଏହି ଭିଡିଓ ସୁଟିଂରେ ସଂଗୀତର ଅଭିନୟରେ ୟୁ ଟିଭି ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ , ନାଟ୍ୟକାର କୃଷ୍ଣ ଚନ୍ଦ୍ର ପଣ୍ଡା , କୁସୁମ ପଟନାୟକ , ଅନୀଲ ପଟନାୟକ , ଉମାଶଙ୍କର ଓ ଶିଶୁ କଳାକାର ପୁଣିତ ରେଡ଼ି ପ୍ରମୁଖ ଅଭିନୟ କରିଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ଆଲବମ୍ ଶୁଭାରମ୍ଭ କରାଯିବ । ଭିଡ଼ିଓ ଚିତ୍ରର ସୁଟିଂ ଦେଖିବା ପାଇଁ ଠାକୁରାଣୀ ମନ୍ଦିର ନିକଟରେ ବହୁ ଦର୍ଶକଙ୍କ ଭିଡ଼ ଜମିଥିଲା । ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଏହାର ସୁଟିଂ ଆରମ୍ଭ ହୋଇଥିଲା । ଏହି ଭଜନ ଭିଡ଼ିଓ ଟି ବ୍ରହ୍ମପୁର ବାସୀ ଙ୍କ ବେଶ୍ ମନ କୁ ଆକୃଷ୍ଟ କରିବ ବୋଲି ଉକ୍ତ ଟିମ୍ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here