କଂଗ୍ରେସ ଯୁବ ନେତା ଙ୍କୁ ଉଠାଇ ନେଲା ପୁଲିସ

0
437

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ ଙ୍କୁ କୋଡ଼ିଙ୍ଗା ପୁଲିସ ରବିବାର ସକାଳୁ ଉଠାଇ ନେଇ କୋଡ଼ିଙ୍ଗା ଥାନାରେ ଅଟକ ରଖିଥିଲେ । ଗତ କାଲି ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଶୁଭାରମ୍ବ ଭରଚୁଆଲ ମଧ୍ୟରେ କରିଥିଲେ । ଜିଲ୍ଲା କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଅନ୍ୟ ମନ୍ତ୍ରୀ ମାନେ ଆସିଥିଲେ । ହେଲେ କାର୍ଯ୍ୟକ୍ରମ କୁ ଯିବା ବେଳେ ମନ୍ତ୍ରୀ ମାନଙ୍କୁ ଅଣ୍ଡା ମାଡ଼ ଓ କଳା ପତାକା ପ୍ରଦର୍ଶନ କରିଥିଲେ ଉଭୟ ବିରୋଧୀ ଦଳର କର୍ମୀ ମାନେ । ଆଜି ମଧ୍ୟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ଯୋଗୁଁ ଆଜି କୋଡ଼ିଙ୍ଗା ପୁଲିସ ବାବୁଲି ବାଘଙ୍କ ଘରୁ ତାଙ୍କୁ ଉଠାଇ ଆଣି କୋଡ଼ିଙ୍ଗା ଥାନାରେ ଅଟକ ରଖିଥିଲେ । ସେ ଏହି ଘଟଣା କୁ ସମ୍ପୂର୍ଣ୍ଣ ନିନ୍ଦା କରିଛନ୍ତି । ଗଣତନ୍ତ୍ର ରାଷ୍ଟ୍ର ରେ ବିରୋଧ କରିବାର ହକ ରହିଛି କିନ୍ତୁ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଡରି ପୁଲିସ ଲଗାଇ ଗିରଫ କରୁଛନ୍ତି , ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଛି , ହତ୍ୟା , ଲୁଟ , ଦୁଷ୍କର୍ମ ଭଳି ବହୁ ଘଟଣା ଘଟୁଛି , ଲୋକଙ୍କୁ ନ୍ୟାୟ ମିଳୁନାହିଁ , ଏସବୁ କୁ ନେଇ ଆମେ ବିରୋଧ କରୁଛୁ , ଆଗକୁ ଆହୁରି ବିରୋଧ କରିବୁ , କେତେ ପୁଲିସ ଲଗାଇ ଗିରଫ କରିବେ ରାଜ୍ୟ ସରକାର କରନ୍ତୁ , କିନ୍ତୁ ପିଡିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ନମିଳିବା ଯାଏଁ କଂଗ୍ରେସ ଲଢେଇ ଜାରି ରଖିବ ବୋଲି ଶ୍ରୀ ବାଘ ଗଣମାଧ୍ୟମ କୁ କହିଛନ୍ତି । ସେହି ପରି ଜିଲ୍ଲା କଂଗ୍ରେସ ଉପସଭାପତି ଧରମ ସିଂ ଆଜିର ଏହି ଗିରଫ ଘଟଣା କୁ ତୀବ୍ରନିନ୍ଦା କରିଛନ୍ତି । ଶ୍ରୀ ବାଘ ଙ୍କୁ କୋଡ଼ିଙ୍ଗା ପୁଲିସ କିଛି ଘଣ୍ଟା ଥାନାରେ ଅଟକ ରଖି ପରେ ଛାଡି ଦେଇଥିଲା ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here