ଶିକ୍ଷୟତ୍ରୀ ମାଡ ମାରିବା ଅଭିଯୋଗରେ ଅନ୍ତେବାସୀଙ୍କ ଧାରଣା

0
645

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଆଗ୍ରହ ସୃଷ୍ଟି କରୁଥିବା ବେଳେ ବିଭିନ୍ନ ବି ଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ର / ଛାତ୍ରୀ ମାନଙ୍କୁ ମାଡ ମାରିବା ଘଟଣା ଘଟୁଥିବାବେଳେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଚୂନପଲ୍ଲୀ ସ୍ଥିତ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଛାତ୍ରୀ ମାନଙ୍କୁ ମାଡ ମାରିବା ଘଟଣାରେ ଛାତ୍ରୀ ମାନେ ଆଜି ଧାରଣାରେ ବସିଥିଲେ।ପ୍ରାପ୍ତ ଖବରରୁ ଜଣାପଡିଅଛି ଯେ ବିଦ୍ୟାଳୟର ଦୁଇଜଣ ଶିକ୍ଷୟତ୍ରୀ ଛାତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ମାଡ ମାରିବା ଅଭିଯୋଗ କରି ଆଜି ସକାଳ ୮ ଘଟିକା ସମୟରେ ବିଦ୍ୟାଳୟର ଅନ୍ତେବାସିନୀ ମାନେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଥିଲେ । ଗତ ଅକ୍ଟୋବର ମାସରେ ଏହି ଦୁଇଜଣ ଶିକ୍ଷୟତ୍ରୀ ଅଷ୍ଟମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଦୀର୍ଘ ଦୁଇ ଘଣ୍ଟା ଧରି ଦିପ୍ରହର ଖରାରେ ବାହାରେ ବସାଇ ମାଡ ମାରିଥିଲେ । ଏଥିନେଇ ଛାତ୍ରୀମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଭିଯୋଗ କରିବା ପରେ ପ୍ରଧାନ ଶିକ୍ଷୟତ୍ରୀ , ଅଭିଭାବକ ଏବଂ ବିଦ୍ୟଳୟ କମିଟି ସଦସ୍ୟ ମାନେ ମିଳିତ ଭାବେ ବ୍ଲକ ବିଇଓ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଦୀର୍ଘ ୬ ଦିନପରେ ଏହାର ତଡାତ କରାଯାଇଥିଲେ ମଧ୍ୟ ଉକ୍ତ ଦୁଇଜଣ ଶିକ୍ଷୟତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଉକ୍ତ ଶିକ୍ଷୟତ୍ରୀ ଦ୍ୱୟ ପୁନର୍ବାର ଗତ ଶୁକ୍ରବାର ଦିନ ମଧ୍ୟ ଅନୁରୂପ ଛାତ୍ରୀ ମାନଙ୍କୁ ମାଡ ମରିଥିବା ଛାତ୍ରୀ ପ୍ରିୟଦର୍ଶିନୀ ନାୟକ, ସନ୍ଧ୍ୟାରାଣୀ ଦିଗାଳ, ମନୀଷା ପ୍ରଧାନ , ଝାନସି ଦିଗାଳ, ରେବେନିଆ ନାୟକ, ବାବିତା ଦିଗାଳ , ପ୍ରତୀକ୍ଷା ଦିଗାଳ ୯ ଜଣ ଛାତ୍ରୀ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ । ଏ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଘଟଣା ସମ୍ଵନ୍ଧରେ ବ୍ଲକ ବିଇଓ ଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା ଏବଂ ତଦନ୍ତ କରାଯାଇଥିଲା କିନ୍ତୁ କାର୍ଯ୍ୟାନୁଷ୍ଠାନ କଣ ଗ୍ରହଣ କରାଯାଇଅଛି ସେ ବିଷୟରେ ସେ ଜାଣି ନଥିବା ପ୍ରକାଶ କରିଥିଲେ । ଅର୍ଦ୍ଧବାର୍ଷିକ ପରୀକ୍ଷା ଚାଲିଥିବା ସମୟରେ ଭୋକ ଉପାସରେ ୩ ଘଣ୍ଟା ଧରି ଛାତ୍ରୀମାନେ ଧାରଣାରେ ବସିବା ଅଭିଭାବକ ମହଲରେ ଦୃଢ ନିନ୍ଦା କରିଛନ୍ତି । ବିଇଓ କାର୍ଯ୍ୟାଳୟରୁ କେହି ମଧ୍ୟ ଆସିନଥିବା ବେଳେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରାଇକିଆ ବିଡିଓ ଆସି ପିଲାମାନଙ୍କୁ ବୁଝାସୁଝା କରିବା ପରେ ୧୧ ଘଟିକା ସମୟରେ ପିଲାମାନେ ପରୀକ୍ଷାରେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡିଇଓ କାର୍ଯ୍ୟାଳୟରୁ ତିନିଜଣିଆ ଟିମ ପହଞ୍ଚି ତଦନ୍ତ କରିବା ଅତିରିକ୍ତ ଜିଲ୍ଲା ଗୋଷ୍ଠି ଶିକ୍ଷା ଅଧିକାରୀ ଲଷ୍ମୀଧର ବେହେରା ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେଉଁ ଦୁଇଜଣ ଶିକ୍ଷୟିତ୍ରୀ ବିରୁଦ୍ଧରେ ଅଭିଯୋଗ ହୋଇଛି ସେମାନଙ୍କୁ ଅନ୍ୟତ୍ର ବଦଳି କିମ୍ବା ଡେପୁଟେସନ ପଠାଯିବା କଥା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here