ବ୍ରହ୍ମପୁର ପୋଷ୍ଟାଲ ଡିଭିଜନ ବ୍ରାଞ୍ଚର ଏକାଦଶତମ ଦ୍ୱିବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ

0
672

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଯୋଗୀ ନାହାକା) : ରବିବାର ଦିନ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ନିକଟସ୍ଥ ରାଜସ୍ୱ ବଙ୍ଗଳା ସମ୍ମିଳନୀ କକ୍ଷରେ ନ୍ୟାସନାଲ ଆସୋସିଏସନ ଅଫ ପୋଷ୍ଟାଲ ଏମ୍ପ୍ଲଇଜ ଗ୍ରୁପ ସି ବ୍ରହ୍ମପୁର ପୋଷ୍ଟାଲ ଡିଭିଜନ ବ୍ରାଞ୍ଚର ୧୧ତମ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ନୂତନ କର୍ମକର୍ତ୍ତାଙ୍କ ନାଁ ଚୟନ କରାଯିବା ସହ ବାର୍ଷିକ ଆୟବ୍ୟୟର ବିବରଣୀ ଉପସ୍ଥାପନା କରାଯାଇଥିଲା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ପୋଷ୍ଟ ମାଷ୍ଟର ଜେନେରାଲ କର୍ଣ୍ଣଲ ଜଳେଶ୍ୱର କହ୍ନର,ସମ୍ମାନିତ ଅତିଥି ରୂପେ ସିନିଅର ସୁପରିଟେଣ୍ଡେଣ୍ଟ ମହମ୍ମଦ ଜାଫର ସାଦିକ,ଆଇଏନଟିୟୁସି ସଭାପତି ପୀତବାସ ପଣ୍ଡା,ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ | ଏନଏପିଏଲ ଗ୍ରେଡ଼ ସିର ସଭାପତି ଅରୁଣ କୁମାର ବେହେରା,ସମ୍ପାଦକ ମନୋଜ କୁମାର ପାଣିଗ୍ରାହୀ,ଲମ୍ବୋଦର ରାଉତ,ଗୌତମ ଦାଶ,ପୂର୍ବତ୍ତନ ବିଧାୟକ ତ୍ରିନାଥ ବେହେରା,ସର୍କଲ ସଭାପତି ରାମଚନ୍ଦ୍ର ଦାଶ,ସହ ସର୍କଲ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ସମ୍ପାଦକ କେଦାରନାଥ ଶତପଥୀ ପ୍ରାରମ୍ଭରେ ବିବରଣୀ ଉପସ୍ଥାପନ କରିଥିଲେ |

LEAVE A REPLY

Please enter your comment!
Please enter your name here