ଜାଗରରେ ଯୋଗଜନ୍ମା ରାବଣ ଉଦ୍ଘାଟିତ

0
557

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପ୍ରସିଦ୍ଧ ଜାଗର ଯାତ୍ରା ଅବସରରେ ବ୍ରହ୍ମପୁର ଗେଟ ବଜାର ଚଳଚଂଚଳ ହୋଇପଡିଛି।ଏହି ଅବସରରେ ପୌରାଣିକ ନାଟକ ଦାମୋଦର ବାଡ଼ତ୍ୟାଙ୍କ ନିର୍ଧେସନା ରେ ଯୋଗ ଜନ୍ମା ରାବଣ ପରିବେଷିତ ହୋଇଯାଇଛି। ଉକ୍ତ ନାଟକ କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ ଥିବା ବେଳେ, ଅନ୍ୟତମ ଅତିଥି ଭାବରେ ପୂର୍ବତନ ବିଧାୟକ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବି ଡ଼ି ଏ ଅଧକ୍ଷ ସୁବାସ ମହାରଣା,ପୂର୍ବତନ କର୍ପୋରେଟର ଆର ମୁରଲୀ ମୋହନ, ଅରକ୍ଷିତ ଜେନା ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମମତା ବିଶୋଇ, ଲକ୍ଷ୍ମୀ ପ୍ରିୟା ପାଢ଼ୀ, ସବିତା ବେହେରା, ବି. ଜାନକୀ ମଂଚାସିଂନ ଥିଲେ।ଶୁଭେନ୍ଦୁ ଦାସ, ବୃନ୍ଦାବନ ସାହୁ,କୁରେସୁ କର, ଜ୍ୟୋଷ୍ନା ନାୟକ ଙ୍କ ସମେତ ଆୟୋଜକ କୁଠାରୀ ମନ୍ଦିର କମିଟି ର ବହୁ ସଂଖ୍ୟକ ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here