ଭୋଜିରେ ରନ୍ଧନ ଗ୍ୟାସ ଲିକ ହୋଇ ଅଘଟଣ;୬ଆହତ

0
653

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ କେଉଟ ସାହି ନିବାସୀ ଯୁଧିଷ୍ଠୀର ବେହେରାଙ୍କ ଘର ପ୍ରତିଷ୍ଠା ଉତ୍ସବ ଅବସରରେ ଭୋଜି ରନ୍ଧା ଚାଲିଥିବା ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡେର ଲିକ ହୋଇ ଅଗ୍ନି ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଗୃହ ପ୍ରବେଶ ପୂଜା କରିବାକୁ ଆସିଥିବା ୩ଜଣ ପୁରୋହିତ ସିମାଞ୍ଚଳ ପାଠୀ, ରାଜେନ୍ଦ୍ର ପାଠୀ, ଆଶୁତୋଷ ପାଠୀ ଆହତ ହୋଇଥିବା ବେଳେ କିଶୋର ଚନ୍ଦ୍ର ପାଠୀ, ସନ୍ତୋଷ ପାଠୀ, ହରିହର ବେହେରା ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଆହତମାନଙ୍କୁ ସ୍ଥାନୀୟ ସାହି ବାସିନ୍ଦା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅଗ୍ନିକାଣ୍ଡରେ ଆହତ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

LEAVE A REPLY

Please enter your comment!
Please enter your name here