ଗୋଳାବନ୍ଧ ଆର୍ମି ଏଡି କଲେଜ କ୍ୟାମ୍ପସରେ ଯବାନଙ୍କ ଆତ୍ମହତ୍ୟା। କାରଣ ଅସ୍ପଷ୍ଟ, ତଦନ୍ତ ଜାରି।

0
732

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ)-: ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ଆର୍ମି ଏଡି କଲେଜ କ୍ୟାମ୍ପସରେ ରବିବାର ଜଣେ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାମ ଏମ୍ କ୍ରୀଷ୍ଣା ଆର ଏବଂ ତାଙ୍କର ଘର ତାମିଲନାଡୁରେ ବୋଲି ଜଣାପଡିଛି। ମୃତ ଯବାନ ଗତକାଲି ନିଜର ଡ୍ୟୁଟି କରିବା ସହିତ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ। ତେବେ ଆଜି ନିଜ କାର୍ଯ୍ୟରେ ନିର୍ଦ୍ଧାରିତ ସମୟରେ ଯୋଗ ନଦେବାରୁ ତାଙ୍କ ଘର ଯାଞ୍ଚ କରାଯିବା ସମୟରେ ତାଙ୍କର ଝୁଲନ୍ତା ମର ଶରୀର ଦେଖିବାକୁ ମିଳିଥିଲା। ପରେ ଗୋପାଳପୁର ଥାନା ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯିବା ପରେ ପୋଲିସ ମୃତ ଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଏମ୍ କେ ସି ଜି ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଯବାନଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ବ୍ୟବଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ବ୍ରହ୍ମପୁର ସଦର ଏସ ଡି ପି ଓ ଜୟନ୍ତ କୁମାର ମହାପାତ୍ର କହିଛନ୍ତି। ଯବାନ ଜଣକ ଛୁଟି ନମିଳିବା କାରଣରୁ ମାନସିକ ଚାପ ଥିବା ଯୋଗୁଁ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ଏସମ୍ପର୍କରେ ସେନା ବିଭାଗ ପକ୍ଷରୁ କିଛି ମତାମତ ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here