ଗଞ୍ଜାମରେ ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା ; ମନ୍ଦିର ପଛପଟୁ ଟୋକେଇରୁ ମିଳିଲା ନବଜାତର ମୃତ ଦେହ।

0
651

ହିଂଜିଳି (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ)-: ଗଂଜାମ ଜିଲ୍ଲାରେ ପୁଣି ଅଲୋଡା ହୋଇଛି ଶିଶୁକନ୍ୟା। ଆଜି ହିଂଜିଳି ସହର ତଥା ଥାନା ନିକଟସ୍ଥ ଚନ୍ଦ୍ରକଳ୍ପେଶ୍ଵର ମନ୍ଦିରର ପଛ ପାଖରୁ ଏକ ମକ ମୃତ ଶିଶୁକନ୍ୟା ପଡିଥିବାର ଦେଖିବାକୁ ମିଳିଛି। ମୃତ ଶିଶୁକନ୍ୟାଟି ଏକ ପରିବା ଟୋକେଇରେ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଗଂଜାମ ଜିଲ୍ଲାରେ ଏହିଭଳି ଘଟଣା ବାରମ୍ବାର ହେଉଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ ହୋଇଛି। ଆଜିର ଏହି ହୃଦୟ ବିଦାରକ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ହିଂଜିଳି ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here