ଶୁଦ୍ଧିକ୍ରିୟା ପରେ ଘରକୁ ଫେରିଲା ନିଖୋଜ ପୁଅ, ପରିବାର ସମେତ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ

0
662

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ହଜିଲା ପୁଅ ଦୀର୍ଘବର୍ଷ ପରେ ପୁଣି ଘରକୁ ଫେରିଛି। ଗତ ୨୦୧୦ମସିହା ଠାରୁ ଅନିଲ ମୁନି ନାମକ ଜଣେ ବ୍ୟକ୍ତି ନିଖୋଜ ଥିଲେ। ପରିବାର ଲୋକେ ନିଖୋଜ ପୁଅକୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନିରାଶ ହୋଇ ଶେଷରେ ଆଶା ଛାଡି ଦେଇଥିଲେ। ଏପରିକି ପୁଅ ନିଖୋଜ ହେବାର ଦୀର୍ଘ ଏକ ଦଶନ୍ଧି ବିତି ଯାଇଥିବା ବେଳେ ପୁଅ ସମ୍ପର୍କରେ ଚିନ୍ତା କରି ବୁଢ଼ୀ ମା ଆଖିରୁ ଲୁହ ଶୁଖୁନଥିଲା। ଏଭଳି ପରିସ୍ଥିତିରେ ନିଖୋଜ ପୁଅ ଅନୀଲର ମୃତ୍ୟୁ ହୋଇଥିବା ଖବର ପାଇ ପରିବାର ଲୋକେ ଅନୀଲର ଶୁଦ୍ଧ କାର୍ଯ୍ୟ ସମ୍ପାଦନ କରିସାରିଥିଲେ। ତେବେ ନିଖୋଜ ଅନିଲ ମୁନି ଗତକାଲି ହଠାତ ପୁଣି ଗ୍ରାମକୁ ଫେରିଥିବା ଘଟଣା ଅବିଶ୍ୱାସ ହେଲେ ମଧ୍ୟ ସତ୍ୟ ହୋଇଛି। ଯାହାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here