ପୁଣି ଜାଲରେ ଫସିଲା ବିରଳ ପ୍ରଜାତିର ମାଛ, ମତ୍ସ୍ୟଜୀବୀ ହେଲେ ମାଲାମାଲ୍

0
615

ରାଜନଗର: ପୁଣି ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡିଛି ଏକ ବିରଳ ପ୍ରଜାତିର ମାଛ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ଜଣେ ଟ୍ରଲର୍ ମାଲିକ ବଙ୍ଗୋପସାଗରକୁ ମାଛ ଧରିବାକୁ ଯାଇଥିବା ବେଳେ ଗତ ଗୁରୁବାର ରାତିରେ ତାଙ୍କ ଜାଲରେ ଏହି ବିରଳ ପ୍ରଜାତିର ମାଛ ଧରାପଡିଥିଲା। ମାଛଟି ଦେଖିବାକୁ ଲମ୍ବାଳିଆ ହୋଇଥିବା ବେଳେ ତାହାର ମୁହଁ ଥଣ୍ଟ ଆକୃତିର। ମାଛଟିର ପିଠି ଉପରେ ମୟୂର ସଦୃଶ ପୁଚ୍ଛ ରହିଥିବାରୁ ଏହାକୁ ମୟୂର ମାଛ ବୋଲି ସ୍ଥାନୀୟଲୋକେ କହୁଛନ୍ତି। ମାଛର କେଜି ପିଛା ଦାମ୍ ହେଉଛି ୧୦ହଜାର ଟଙ୍କା। ମାଛଟି ୨୦ କେଜି ହୋଇଥିବାରୁ ଏହାର ଦାମ ୨ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here