ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ରେ ସ୍ଥାନ ପାଇଲା ଶିଳ୍ପୀ ସତ୍ୟଙ୍କ କଳାକୃତି

0
316

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ସୋରଡ଼ାର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ”ରେ ସ୍ଥାନ ପାଇବାରେ ଗୌରବ ଅର୍ଜନ କରିଛନ୍ତି ଦୁର୍ଗା ମା’ଙ୍କ କଳା କୃତ୍ତି ପାଇଁ ।ଶିଳ୍ପୀ ଶ୍ରୀ ମହାରଣା ବହୁ ପରିଶ୍ରମ କରି ବିଶ୍ୱର ସବୁଠାରୁ ଛୋଟ ଦୁର୍ଗା ମୂର୍ତ୍ତି ଗଢି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ଦଶହରା ସମୟରେ କାଠ, ପଥର,ଚକ୍ ରେ ମା’ଦୁର୍ଗାଙ୍କ ବିଶ୍ଵର ଛୋଟ ଦୁର୍ଗା ମୂର୍ତ୍ତି ତିଆରି କରିଥିଲେ । ସେଥି ମଧ୍ୟରୁ କାଠ ମୂର୍ତ୍ତିର ଉଚ୍ଚତା ୧.୩ ସେମି,ପଥର ମୂର୍ତ୍ତିର ଉଚ୍ଚତା ୧.୩ ସେମି ଏବଂ ଚକ୍ ମୂର୍ତ୍ତି ର ଉଚ୍ଚତା ୧ ସେମି । ଇଣ୍ଡିଆ ବୁକ୍ ଅଫ୍ ରରେକର୍ଡ୍ସ କର୍ତ୍ତୃପକ୍ଷ ଓ ବିଚାରକ ମଣ୍ଡଳୀ ଯାଞ୍ଚ୍ କରିବା ପରେ ସତ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୂର୍ବରୁ ସତ୍ୟ ଅନେକ ବିଶ୍ଵର କ୍ଷୁଦ୍ର ମୂର୍ତ୍ତି ଗଢ଼ିଛନ୍ତି ଓ ବିଶ୍ଵ ରେକର୍ଡର ଅଧିକାରୀ ହୋଇଛନ୍ତି ।ଶଳ୍ପୀ ଶ୍ରୀ ମହାରଣାଙ୍କ କଳାକୃତି ଯୋଗୁଁ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି ସାରା ଦେଶ ସହ ବିଶ୍ୱରେ ପରିଚିତ ହୋଇପାରିଛି।ଏହା ଜଣା ପଡ଼ିବା ପରେ ସମସ୍ତେ ଖୁସି ହୋଇ ସତ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here