ବାହାରେ ମଳତ୍ୟାଗ କରୁଥିବାରୁ ୨୪ ପରିବାରକୁ ରାସନ ବନ୍ଦ କଲେ ସରପଞ୍ଚ

0
632

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବାହାରେ ମଳତ୍ୟାଗ କରିବା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଞ୍ଜାମ ସରପଞ୍ଚ ସୁଶାନ୍ତ ସ୍ୱାଇଁ ସଂପୃକ୍ତ ଅଞ୍ଚଳର ୨୪ ପରିବାରକୁ ରାସନ ଦେବାକୁ ମନା କରି ଦେଇଛନ୍ତି। ପାଇଖାନା ନ କରି ବାହାରେ ମଳତ୍ୟାଗ କରୁଥିବା ଜଣାପଡ଼ିବାରୁ ୨୪ ପରିବାରକୁ ରାସନରୁ ବଞ୍ଚିତ ହେବାକୁ ପଡ଼ିଛି। ବାହାରେ ମଳତ୍ୟାଗ ନ କରି ସ୍ୱଚ୍ଛ ଓ ପରିସ୍କାର ଗ୍ରାମାଞ୍ଚଳ କରିବା ପାଇଁ ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ ଏଭଳି ଅଭିନବ ପଦକ୍ଷେପ ନେଇଛନ୍ତି। ଏହି ନିଷ୍ପତ୍ତି ଗ୍ରାମବାସୀଙ୍କୁ ବାହରେ ମଳତ୍ୟାଗ ନ କରି ଘରେ ପାଇଖାନା କରିବା ପାଇଁ ପ୍ରୋତ୍ସାହନ କରିବ ବୋଲି ସରପଞ୍ଚ କହିଛନ୍ତି। ପଞ୍ଚାୟତରେ ସ୍ଵଚ୍ଛ ଭାରତ ଯୋଜନାରେ ‘ମୋ ପାଇଖାନା’ ଯୋଜନା ଅନୁଯାୟୀ ପଞ୍ଚାୟତର ପ୍ରତିଟି ଘରେ ପାଇଖାନା ରହିବା ଦରକାର। ଯେଉଁମାନେ ବାହାରେ ମଳତ୍ୟାଗ କରିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। “ମୋ ପାଇଖାନା” ହିତାଧୀକାରୀଙ୍କର ତାଲିକା ପ୍ରସ୍ତୁତ କରାଯାଇ ଯେଉଁ ଘରେ ପାଇଖାନା ନାହିଁ ସେମାନେ ତୁରନ୍ତ ଆବେଦନ କରିବାକୁ ବିଜ୍ଞପ୍ତି ବି ଜାରି କରାଯାଇଥିଲା। ତଥାପି ପଞ୍ଚାୟତର ସମୁଦାୟ ୨୦୦୦ଟି ପରିବାର ମଧ୍ୟରୁ ୧୮୦ ଟି ପରିବାରରେ ପାଇଖାନା ନାହିଁ।

LEAVE A REPLY

Please enter your comment!
Please enter your name here