ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଦେଶିକ ଵିଦ୍ଵତ ପରିଷଦ ଆଲୋଚନାଚକ୍ର ଆୟୋଜିତ

0
677

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଯୋଗୀ ନାହାକ) : ଆଜି ସ୍ଥାନୀୟ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନୀ,ଗୁଣୀ ବ୍ୟକ୍ତିମାନଙ୍କୁ ନେଇ ପ୍ରାଦେଶିକ ଵିଦ୍ଵତ ପରିଷଦର ଏକ ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ | କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଏସ.ମୋହନ ରାଓ ଅତିଥିମାନଙ୍କ ସମ୍ୟକ ପରିଚୟ ପ୍ରଦାନ କରିଥିଲେ |
ବିଦ୍ୱତ ପରିଷଦର ପ୍ରାନ୍ତ ସଂଯୋଜକ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ବେହେରା ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ବିଦ୍ୟାଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଡ଼କ୍ଟର କିଶୋର ଚନ୍ଦ୍ର ମହାନ୍ତି ଆଲୋଚ୍ୟ ବିଷୟ “ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ” ସମ୍ପର୍କରେ ବୀଜ ବକ୍ତବ୍ୟ ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଧେଶକ ଡଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ନିଜର ବହୁ ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ |
କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ଶିକ୍ଷାବିତମାନେ ନିଜର ମତାମତ ଉପସ୍ଥାପନା କରିଥିଲେ | ସେମାନଙ୍କ ମଧ୍ୟରେ ଥିଲେ ପ୍ରାନ୍ତ ବିଦ୍ୱତ ପରିଷଦ ସଂଯୋଜକ ଶ୍ରୀ କୈଳାଶ ଚନ୍ଦ୍ର ପାଣିଗ୍ରାହୀ,ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର,ଶିକ୍ଷା ବିକାଶ ସମିତିର ସଭାପତି ଡଃ ବିନାୟକ ଦାଶ | କାର୍ଯ୍ୟକ୍ରମର ଅନ୍ତିମ ଚରଣରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ପଣ୍ଡା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ବିଦ୍ୱତ ପରିଷଦର ଆଲୋଚକ ମଣ୍ଡଳୀଙ୍କ ମଧ୍ୟରେ ସମ୍ଭାଗ ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,ଗଞ୍ଜାମ ବିଭାଗ ନିରୀକ୍ଷକ ଶ୍ରୀ ସରୋଜ ପଟ୍ଟନାୟକ,ଫୁଲବାଣୀ ବିଭାଗ ନିରୀକ୍ଷକ ଶ୍ରୀ ରଞ୍ଜନ କୁମାର ପ୍ରଧାନ,ଏତଦ ବ୍ୟତୀତ ଗଞ୍ଜାମ,ଗଜପତି ଓ କନ୍ଧମାଳର ସଂକୁଳର ସମ୍ପାଦକ ଓ ସଭାପତି ତଥା ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଜେନା,ସଦସ୍ୟ ଶ୍ରୀ ନୀଳକଣ୍ଠ ସାହୁ,ସଦସ୍ୟା ଶ୍ରୀମତୀ ବାସନ୍ତୀ ବେହେରା,ଉପଦେଷ୍ଟା ଶ୍ରୀଯୁକ୍ତ ସୁଦର୍ଶନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |

LEAVE A REPLY

Please enter your comment!
Please enter your name here