ସ୍ପୋର୍ଟସ ହଷ୍ଟେଲ ଅନ୍ତେବାସୀଙ୍କ ସହ ଦୀପାବଳି ପାଳିଲେ ୫ଟି ସଚିବ ଭି କେ ପାଣ୍ଡିଆନ୍

0
656

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଅନାଥ ପିଲାମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ୫ଟି ସଚିବ ଭି କେ ପାଣ୍ଡିଆନ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟ୍ସ ହଷ୍ଟେଲ ଯାଇ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଥିଲେ |। ଦୀପାବଳୀ ଅବସରରେ ୫ ଟି ସଚିବ ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ନିଜ ହାତରେ ମିଠା ପରଷିଥିଲେ । ଏହା ସହ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । କିଭଳି ସେମାନେ ରହୁଛନ୍ତି ସେମାନଙ୍କ ଆବଶ୍ୟକତାକୁ ଅନୁଭବ କରିବା ସହ ଉନ୍ନତି କରାଯିବା ନେଇ ଆଶ୍ୱାସନା ଦେଇଥିଲେ |

LEAVE A REPLY

Please enter your comment!
Please enter your name here