ମହାନଗର ମହୋତ୍ସବର ଚତୁର୍ଥ ସନ୍ଧ୍ୟା। ସ୍ୱୟଂ ପାଢ଼ୀଙ୍କ କଣ୍ଠ ର ଯାଦୁରେ ଝୁମିଲେ ଦର୍ଶକ।

0
554

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର) ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ଚତୁର୍ଥ ଦିନରେ ପହଁଚିଛି। ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉ ସାହେବ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ ଗଞ୍ଜାମ ଜିଲ୍ଲା ହେଉଛି ମହୋତ୍ସବ ର ଜିଲ୍ଲା, ଆଉ ଗଞ୍ଜାମ ମାଟି ହେଉଛି କଳାକାରଙ୍କ ମାଟି । ତେଣୁ ଗଞ୍ଜାମ ରେ କଳାକାରଙ୍କୁ ସୁଯୋଗ ଦେବା ପାଇଁ ଏଭଳି ମହୋତ୍ସବ ର ଆବଶ୍ୟକତା ରହିଥିବା ମତ ରଖିଥିଲେ।।ଏହା ସହ ଦୁର୍ଘଟଣା ଜନିତ ମୃତ୍ୟୁ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ରୋକିବା ନେଇ ଜନସାଧାରଣଙ୍କୁ ସଚେତନତାର ବାର୍ତା ମଧ୍ୟ ବାଣ୍ଟିଥିଲେ ।ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡ଼ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକର୍ଯ୍ୟ ରେ ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି, ସାମନ୍ତରାୟ ଏକାଡେମୀର ନିର୍ଦ୍ଧେଶକ ଦେବେଶ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ହେମାଙ୍ଗ ରାଉଳ, ଚିରଞ୍ଜିତ ରାଜଗୁରୁ, କୋଷଧକ୍ଷ ପ୍ରଣୟ ପଣ୍ଡା,ସୁଦୀପ ସାହୁ,ଆଲୋକ ସାହୁ, ଶିକ୍ଷାବିତ ମିହିର ତ୍ରିପାଠୀ, ସୂର୍ଯ୍ୟନାରାୟଣ ଦାସ,ଗୋପାଳ କୃଷ୍ଣ ଡାକୁଆ,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ପରେ ତପ୍ତପାଣି ଘାଟିରେ ଘଟିଥିବା ଵସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରିଶେଷରେ ସାମ୍ବାଦିକ ଶିବରାମ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଷ୍ଟାର ପ୍ଲସ ଡ୍ୟାନ୍ସ ୫ ରେ ପୋପ ଆଣ୍ଡ ଫ୍ଲିପ ନାଚ କରି ଦର୍ଶକ ଓ ଜର୍ଜ ଙ୍କ ମନ ଜିଣିଥିବା ଓଡ଼ିଆ ପୁଅ ବ୍ରହ୍ମପୁରର ଶିବ ପ୍ରସାଦ ଦାସ ଙ୍କୁ ମହୋତ୍ସବ ଖୋଲା ମଂଚ ରେ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବ ର ଚତୁର୍ଥ ସଂଧ୍ୟା ରେ ବ୍ରହ୍ମପୁର ଅଂକୁଲି ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମୋକବୋଧକ ନୃତ୍ୟ ଓ ଆଦିବାସୀ ନୃତ୍ୟ, ବ୍ରହ୍ମପୁର ଓମ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଆଧୁନିକ ନୃତ୍ୟ, ନେକ୍ସଟ ଜେନ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଆଧୁନିକ ନୃତ୍ୟ, ଆରିୟାନ ଡ୍ୟାନ୍ସ ଏକାଡେମୀ ତରଫରୁ ମୋର୍ଡନ ଡ୍ୟାନ୍ସ, କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିସହ ମହୋତ୍ସବ ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ। ପଲ ପଲ ତତେ ଚାହେଁ , ତୁ ନୂଆ ସାଏରୀ ଭଳି ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ। ଏଥିସହ ସ୍ୱୟଂ ଙ୍କ ଧମକେଦାର ଆଧୁନିକ ଗୀତରେ ବେଶ ଝୁମିଥିଲେ ଦର୍ଶକ।ଅନ୍ୟପଟେ ମହୋତ୍ସବ ର ଚତୁର୍ଥ ଦିନର ଅପରାହ୍ନରେ ବ୍ରହ୍ମପୁର ତ୍ରିଧାରା ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ। ଏହା ସହ ବିଶିଷ୍ଟ କବି ମାନଙ୍କୁ ମଂଚ ରେ ସମ୍ମାନିତ କରାଯାଇଥିଲା। ଏହି ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟୋଲ। ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି। ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକ ଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣ ଙ୍କ ଭିଡ଼ ପରିଲିଖିତ ହେଉଛି। ଆୟୋଜିତ ଏହି ମହୋତ୍ସବ କୁ ପ୍ରଶାନ୍ତ ଦାସ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା, ମନୋଜ କାନ୍ତ ଦାଶ,ସତ୍ୟ ଚେତନ ପରିଡା, କାର୍ତ୍ତିକ ପାଣିଗ୍ରାହୀ, ରଶ୍ମିରଞ୍ଜନ ସାହୁ,,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here