ପୋଲସରାରେ ବୋମା ମାଡ଼ , ଦୁଇ ଜଣ ଗୁରୁତର।

0
717

ପୋଲସରା(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଦିପାବଳୀର ପର୍ବକୁ ନେଇ ପୋଲସରା ସହର ଉତ୍ସବ ମୁଖର ହୋଇଥିବା ବେଳେ ହଠାତ ପୋଲସରା ଅଞ୍ଚଳରେ ଲଗାତାର ୫ଟି ସ୍ଥାନରେ କିଛି ଦୁର୍ବୁତ ଅତର୍କିତ ଭାବେ ବୋମା ମାଡ଼ କରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ
ବୋମାମାଡରେ ପୋଲସରା ଅଞ୍ଚଳର ଅନିଲ କୁମାର ମଲ୍ଲିକ ଓ ରାଣିପଡା ଗାଁର ଶଙ୍କର ବେହେରା ଗୁରୁତର ଆହତ ହୋଇ ପ୍ରଥମେ ପୋଲସରା ମେଡ଼ିକାଲରେଏବଂ ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନନ୍ତରିତ କରାଯାଇଥିଲା। ରାଣୀପଡା ବଜାର ସାହି ଛକ ସମେତ ୫ଟି ସ୍ଥାନରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ କରୁଥିବା ବେଳେ ଗଂଜାମ ଏସ୍. ପି ବ୍ରିଜେଶ ରାୟ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୋମା ବିସ୍ଫୋରଣ ସ୍ଥାନ ଗୁଡିକୁ ପରିଦର୍ଶନ କରିଥିଲେ। ପୋଲସରା ଅଞ୍ଚଳରେ ହଠାତ୍ ବୋମା ମାଡ଼ର ବର୍ଷାକୁ ନେଇ ପୋଲସରା ସହରବାସୀ ଭୟଭୀତ ହୋଇପଡିଛନ୍ତି। ଘଟଣା ପରେ ପୋଲିସ ପକ୍ଷରୁ ମୁଖ୍ୟ ସଡ଼କ ଉପରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ବୋମାମାଡର ପ୍ରକୃତ ରହସ୍ୟ ଜଣାପଡିନଥିଲେ ହେଁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଘଟଣା ପଛରୁ ପର୍ଦ୍ଧା ହଟି ପାରିବ ବୋଲି ଆଶା ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here