ଜଗଦଳପୁର ଭଣ୍ଡାରି ସାହିରେ ଜୁଆ ଆଡ୍ଡା ଚଢ଼ଉ:୭ ଗିରଫ

0
387

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଅଧିନସ୍ଥ ଜଗଦଳପୁର ଗ୍ରାମର ଭଣ୍ଡାରି ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନିମଖଣ୍ଡି ଫାଣ୍ଡି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୭ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୩୪୭୦ ଟଙ୍କା ଜବତ କରାଯାଇଛି ବୋଲି ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଗତକାଲି ବିଳମ୍ବିତ ରାତିରେ ଜଗଦଳପୁର ଗ୍ରାମର ଭଣ୍ଡାରି ସାହି ଛକ ସ୍ଥିତ ମଣ୍ଡପ ଉପରେ ଏକ ଜୁଆ ଆଡ୍ଡା ଚାଲିଥିବା ନେଇ ବିଶେଷ ସୂତ୍ରରୁ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ଖବର ମିଳିଥିଲା ।ଏହି ଖବର ପାଇବା ପରେ ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଓ ତାଙ୍କ ଟିମ୍ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୭ଜଣ ଜୁଆଡିଙ୍କୁ ଗିରଫ କରିଥିଲେ ଏବଂ ସେମାନଙ୍କ ନିକଟରୁ ୨୩୪୭୦ ଟଙ୍କା ସମେତ ଦୁଇଟି ମୋବାଇଲ ଓ ଦୁଇଟି ତାସ୍ କାଟା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here